Odisha news

ସିମୁଳିଆରେ କରୋନା ଆକ୍ରାନ୍ତ ଚିହ୍ନଟ : ଅଞ୍ଚଳରେ ଭୟର ବାତାବରଣ

0

ସିମୁଳିଆ : ସିମୁଳିଆ ଅଞ୍ଚଳରେ କ୍ରମଶଃ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି । ଏପରି ଘଡି ସନ୍ଧି ମୁହୁର୍ତ୍ତରେ ଅହମ୍ମଦାବାଦରୁ ଫେରନ୍ତା ପ୍ରବାସୀ ଫେରିବା ବାଟରେ ମୃତୁ୍ୟ ହେବା ଓ ପରେ ଗ୍ରାମରେ ଶବ ଦାହ ନିମନ୍ତେ ନ ଦେବା । ପରେ ମାର୍କୋଣା ପଞ୍ଚାୟତର ୫ଜଣ ଆକ୍ରାନ୍ତ ଗୋଟିଏ ପରିବାରରୁ ବାହାରିବା ପରେ  ସ୍ଥାନୀୟ ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା ।

ଏଭଳି ପରିସ୍ଥିତିରେ ଅଞ୍ଚଳବାସୀ ଏକ ପ୍ରକାର ଭୟର ବାତାବରଣ ଜୀବନଯାପନ କରୁଥିବାବେଳେ କିଛି ଉଦଭ୍ରାନ୍ତ ବ୍ୟକ୍ତି କୈ÷ାଣସି ନିୟମ ନ ମାନି ଖୁଲମଖୋଲା ବୁଲିବା ସହ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଥିବାର ଦେଖାଯାଉଛି । ବିବରଣୀରୁ ପ୍ରକାଶ ସିମୁଳିଆ ବ୍ଲକର ମୁରୁଣା ପଞ୍ଚାୟତର ଜନୈକ୨୪ ବର୍ଷିୟ ଯୁବକ ବାଙ୍ଗାଲୋର ଲିଙ୍କ୍ ଥାଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସେ ଅଡା ପଞ୍ଚାୟତର ଅଡା ସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ତାକୁ ଏକ ସଂଗରୋଧ ଗୃହରେ ରଖାଯାଇଥିଲା ।

ମାତ୍ର ତାଙ୍କୁ ଅନବରତ ଜ୍ୱର ଲାଗି ରହିବାରୁ ବାଲେଶ୍ୱର କୋବିଡ ହସ୍ପିଟାଲ୍କୁ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କ ରକ୍ତ ନମୂନା କରାଯାଇଥିଲା । ପଜେଟିଭ ବାହାରିବା ପରେ ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ପଞ୍ଚାୟତର ଏହା ଦ୍ୱିତୀୟ ଆକ୍ରାନ୍ତ ବ୍ୟକ୍ତି ହୋଇଥିବାରୁ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ଏଥି ସହିତ ସିମୁଳିଆ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଥିବାର ଜଣାଯାଇଛି । ପ୍ରକାଶ ଥାଉକି ପ୍ରଶାସନର ଅବହେଳା ପାଇଁ ସ୍ଥାନୀୟ ଅଞ୍ଚଲରେ ହାଟ,ବଜାର,ବ୍ୟାଙ୍କ ଓ ସାଧାରଣ ସ୍ଥାନରେ କୋବିଡ ନିୟମକୁ ମାନୁ ନ ଥିବାର ଦେଖାଯାଇଛି ଯାହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ସିମୁଳିଆ ଅଞ୍ଚଳରେ ବୃଦ୍ଧି ପାଉଥିବାର ସାଧାରଣରେ ଚର୍ଚ୍ଚା ଚାଲିଛି ।

Leave A Reply