Odisha news

ପାରାମାଉଂଟ କମୁ୍ୟନିକେଶନ୍ସ ଲିଃକୁ ମିଳିଛି ଆଇସିଆର୍ଏର ବିବିବି-(ଷ୍ଟେବୁଲ) କ୍ରେଡିଟ୍ ରେଟିଂ

0

ଭୁବନେଶ୍ୱର : ଭାରତର ୱେୟାର ଓ କେବୁଲ ଶିଳ୍ପ କ୍ଷେତ୍ରର ଏକ ଅଗ୍ରଣୀ ସଂସ୍ଥା ପାରାମାଉଂଟ କମୁ୍ୟନିକେଶନ୍ସ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏକ କ୍ରେଡିଟ୍ ରେଟିଂ ଏଜେନ୍ସି ଆଇସିଆର୍ଏ , କମ୍ପାନୀର ବ୍ୟାଙ୍କ ସୁବିଧାଗୁଡିକ ଉପରେ ଏହାର ଦୀର୍ଘାବଧି ରେଟିଙ୍ଗ୍ ବିବିବି-(ଷ୍ଟେବୁଲ) ପ୍ରଦାନ କରିଛି । ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସ ଓ ପ୍ରଥମ ୯ ମାସରେ କମ୍ପାନୀର ପରିଚାଳନାଗତ ରାଜସ୍ୱ ଯଥାକ୍ରମେ ୩୦.୩% ଓ ୨୫.୭% ବୃଦ୍ଧି ହୋଇ ଯଥାକ୍ରମେ ୨୮୪୨.୫ ମିଲିୟନ ଟଙ୍କା ଓ ୭୪୭୪.୩ ମିଲିୟନ ଟଙ୍କା ରହିଛି ଯାହା ଗତବର୍ଷ ସମାନ ଅବଧିରେ ଯଥାକ୍ରମେ ୨୧୮୦.୯ ମିଲିୟନ ଟଙ୍କା ଓ ୫୯୪୩.୯ ମିଲିୟନ ଟଙ୍କା ରହିଥିଲା । ଏହି ଅଭିବୃଦ୍ଧି କମ୍ପାନୀର ଉତ୍ପାଦର ବର୍ଦ୍ଧିତ ଚାହିଦା ଏବଂ ଏହାର ଅର୍ଡର ବୁକ୍ର ଦକ୍ଷ କାର୍ଯ୍ୟକାରିତା ଦ୍ୱାରା ପରିଚାଳିତ ହୋଇଛି ଯାହା କମ୍ପାନୀର ବ୍ୟବସାୟର ଦୃଢତା ଓ ସ୍ଥିରତାକୁ ପ୍ରତିଫଳନ କରୁଛି ।
୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ କମ୍ପାନୀର ପିଏଟି ୧୪୩.୨ ମିଲିୟନ ଟଙ୍କାରୁ ୫୩.୮% ବୃଦ୍ଧି ହୋଇ ୨୨୦.୨ ମିଲିୟନ ଟଙ୍କାରେ ପହଂଚିଛି । ସେହିପରି ପ୍ରଥମ ୯ ମାସରେ କମ୍ପାନୀର ପିଏଟି ୩୩୯.୭ ମିଲିୟନ ଟଙ୍କାରୁ ୬୫,୦% ବୃଦ୍ଧି ହୋଇ ୫୬୦.୬ ମିଲିୟନ ଟଙ୍କା ରହିଛି । ଏହାପୂର୍ବରୁ କମ୍ପାନୀ ଗତ ଜାନୁଆରୀ ୨୪ ତାରିଖରେ ସେୟାର ପିଛା ୬୬.୫୦ ଟଙ୍କା ମୂଲ୍ୟରେ ୨୦୩,୭୪,୯୮୦ ସେୟାରର ଆବଂଟନକୁ ମଞ୍ଜୁରୀ ପ୍ରଦାନ କରିଥିଲା । ୧୯୯୫ରେ ସ୍ଥାପିତ ପାରାମାଉଂଟ କମୁ୍ୟନିକେଶନ୍ସ ଲିମିଟେଡ ରାଜସ୍ଥନୋ ଖୁଶଖେରା ଓ ହରିଆନାର ଧାରୁହେରାଠାରେ ଅବସ୍ଥିତ ଦୁଇଟି ଷ୍ଟେଟ୍-ଅଫ୍-ଦ-ଆର୍ଟ ମାନୁଫ୍ୟାକ୍ଚରିଂ ଫ୍ୟାସିଲିଟି ମାଧ୍ୟମରେ ପରିଚାଳନା କରୁଛି । କମ୍ପାନୀ ବିଭିନ୍ନ ଭାରତୀୟ ଓ ଆନ୍ତର୍ଜାତୀୟ ଏଜେନ୍ସିଠାରୁ ପ୍ରମାଣପତ୍ର ହାସଲ କରିଛି । ଏହାର ୨୪ରୁ ଅଧିକ ସ୍ୱତନ୍ତ୍ର ଉତ୍ପାଦ ଓ ୨୫୦୦ରୁ ଅଧିକ ଏସ୍କେୟୁର ଏକ ପ୍ରଭାବୀ ଶୃଙ୍ଖଳା ସାମିଲ ଥିବା ଏକ ବିସ୍ତୃତ ପ୍ରଡକ୍ଟ ପୋର୍ଟଫୋଲିଓ ରହିଛି ।

 

Leave A Reply