Odisha news

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ ଦକ୍ଷିଣ ଭାରତୀୟ ସ୍ୱାସ୍ଥ୍ୟ ଖାଦ୍ୟ ବ୍ରାଣ୍ଡ ‘ମାନ୍ନା’ ଅଧିଗ୍ରହଣ

0

– ମିଲେଟଭିତ୍ତିକ ସ୍ୱାସ୍ଥ୍ୟକର ଖାଦ୍ୟ କ୍ଷେତ୍ରରେ ଆରସିପିଏଲର ମଜଭୁତ ପ୍ରବେଶ

– ତାମିଲନାଡୁର ବ୍ରାଣ୍ଡ ମାନ୍ନାଏହାର ପୁଷ୍ଟିକର ଏବଂ ସୁଲଭ ଉତ୍ପାଦ ପାଇଁ ପ୍ରସିଦ୍ଧ

ବେଙ୍ଗାଲୁରୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏଫଏମସିଜି କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଆରସିପିଏଲ), ତାମିଲନାଡୁର ଅଗ୍ରଣୀ ସ୍ୱାସ୍ଥ୍ୟ ଖାଦ୍ୟ କମ୍ପାନୀ, ସଦର୍ଣ୍ଣ ହେଲଥ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ କୁ ଅଧିଗ୍ରହଣ କରିଛି। ଏହାର ପ୍ରମୁଖ ବ୍ରାଣ୍ଡ ‘ମାନ୍ନା’ ପାଇଁ ଜଣାଶୁଣା ଏହି କମ୍ପାନୀ ଗତ ଦୁଇ ଦଶନ୍ଧି ଧରି ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଉତ୍ପାଦ ପ୍ରସ୍ତୁତ କରିଆସୁଛି।

ଏହି ଅଧିଗ୍ରହଣ ସହିତ, ମାନ୍ନା ଏବେ ଆରସିପିଏଲର ଖାଦ୍ୟସାମଗ୍ରୀ ଏବଂ ମୁଖ୍ୟ ପୋର୍ଟଫୋଲିଓର ଅଂଶ ହୋଇଛି, ଯେଉଁଥିରେ ପୂର୍ବରୁ ଉଦୟମ୍, ଇଣ୍ଡିପେଣ୍ଡେନ୍ସ ଏବଂ ଏସଆଇଏଲ ଭଳି ବ୍ରାଣ୍ଡ ସାମିଲ ରହିଛି। ଏହା ମିଲେଟ-ଭିତ୍ତିକ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ କ୍ଷେତ୍ରରେ ରିଲାଏନ୍ସର ଉପସ୍ଥିତିକୁ ଆହୁରି ସୁଦୃଢ଼​​କରିବ।

ଆରସିପିଏଲର ନିର୍ଦ୍ଦେଶକ ଟି. କୃଷ୍ଣକୁମାର କହିଛନ୍ତି ଯେ ମାନ୍ନା ତାମିଲନାଡୁ ଏବଂ ଆଖପାଖ ରାଜ୍ୟଗୁଡ଼ିକରେ ଏକ ବିଶ୍ୱସ୍ତ ସ୍ୱାସ୍ଥ୍ୟକର ଖାଦ୍ୟ ବ୍ରାଣ୍ଡ। ମାନ୍ନାର ପୁଷ୍ଟିକର ଉତ୍ପାଦଗୁଡ଼ିକୁ ରିଲାଏନ୍ସର ମଜଭୁତ ବିତରଣ ଏବଂ ଯୋଗାଣ ଶୃଙ୍ଖଳ ନେଟୱାର୍କ ମାଧ୍ୟମରେ ଦେଶର ଅନ୍ୟ ସ୍ଥାନଗୁଡିକରେ ଉପଲବ୍ଧ କରାଯିବ, ଯାହା ଏହାକୁ ଏକ ଜାତୀୟ ବ୍ରାଣ୍ଡ ଭାବେ ଗଢିତୋଳିବ।

Nalco
Leave A Reply