Odisha news

ତିହିଡି ଶ୍ରୀରାମ ନବମୀ ସମିତି ପକ୍ଷରୁ ବାଇକ ଶୋଭାଯାତ୍ରା

0

ତିହିଡି, ୦୯/୦୪ : ଆଗାମୀ ରାମନବମୀ ଉତ୍ସବକୁ ସଫଳ କରିବା ଲକ୍ଷ୍ୟରେ ତିହିଡି ଶ୍ରୀରାମ ନବମୀ ସମିତି ପକ୍ଷରୁ ମଙ୍ଗଳବାର ଅପରାହ୍ଣରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ତିହିଡି ଅଞ୍ଚଳର ଶତାଧିକ ରାମଭକ୍ତ ଯୁବକ ସାମିଲ ହୋଇଥିଲେ । ତିହିଡି କଲେଜ ଛକ ଗଣେଶ ମନ୍ଦିର ନିକଟରୁ ଏହି ବାଇକ ଶୋଭାଯାତ୍ରା ଆରମ୍ଭ ହୋଇ ରାଣୀପୁର ହନୁମାନ ମନ୍ଦିର ଯାଏଁ ଯାଇଥିଲା । ପ୍ରାୟ ୩ ଶହରୁ ଉଦ୍ଧ୍ୱର୍ ବାଇକରେ ଯୁବକ ମାନେ ଜୟ ଶ୍ରୀରାମ ଧ୍ୱନି ଦେଇ ତିହିଡି ଓ ନନ୍ଦପୁର ବଜାର ପରିକ୍ରମା କରି ହନୁମାନ ମନ୍ଦିର ଯାଏଁ ଯାଇଥିଲେ । ଏହି ବାଇକ ଶୋଭାଯାତ୍ରାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପ୍ରାକ୍ତନ ବରିଷ୍ଠ ନେତା ଦୀନବନ୍ଧୁ ପତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, କିଶୋର ନାୟକ, ବୁଦ୍ଧଦେବ ଜେନା, ପ୍ରତାପ ଜେନା, ଦେବବ୍ରତ ପାଢୀ, ଯଯାତି କେଶରୀ ଦାସ, କେଶବ ବେହେରା, ତପୁନ ପାଣି, ପ୍ରଦୀପ ଜେନା, ଜିତେନ୍ଦ୍ର ନାୟକ, ହରିଶ୍ଚନ୍ଦ୍ର ନାୟକ, ଶୁଭମ ସାର୍ଥକ ଜେନା ଓ କାଳିଆ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Nalco
Leave A Reply