ବାସୁଦେବପୁର : ସରକାରଙ୍କ ପକ୍ଷରୁ କରୋନା ମହାମାରୀ ଭୁତାଣୁ ସଂକ୍ରମଣର ମୁକାବିଲା କରିବା ପାଇଁ ଗରିବ ଖଟିଖିଆ ଶ୍ରମିକମାନଙ୍କ ପାେଇଁ ପ୍ୟାକେଜ ଘୋଷଣା କରିଥିବା ବେଳେ ବାଲେଶ୍ୱର ଜିଲ୍ଲାର ସୋର ବ୍ଲକର ଗୁଡ୍ ଗ୍ରାମପଞ୍ଚାୟତର ପ୍ରାୟ ୫୦ ରୁ ଉର୍ଦ୍ଧ ଶ୍ରମିକମାନଙ୍କର କାର୍ଡ ଥାଇ ମଧ୍ୟ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କଟକଣା ସତ୍ତେ୍ୱ ଶ୍ରମିକମାନେ କାର୍ଡ ଧରି ବିକ୍ଷୋଭ କରିଥିଲେ । କରୋନା ମହାମାରୀ ଭୂତାଣୁ ସଂକ୍ରମଣର ମୁକାବିଲା କରିବା ପାଇଁ ଚାରିଆଡେ ଲକ୍ ଡାଉନ୍ ସାଙ୍ଗକୁ ତାଲା ବନ୍ଦ ରହିଛି ସହର ବଜାର । କଟକଣା ମଧ୍ୟରେ ଜୀବନ ଜୀବିକା ବଳି ପଡୁଛି ନିରିହ ଗରିବ ଲୋକଙ୍କର । ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ନ ପିନ୍ଧିଲେ ଘରୁ ବାହାରକୁ ବାହାରିବା ସରକାରଙ୍କ ପକ୍ଷରୁ ନିର୍ଦ୍ଧେଶାନାମା ଜାରି କରିଛନ୍ତି । ଏହି ସମୟ ମଧ୍ୟରେ ଗରିବ ଖଟିଖିଆମାନଙ୍କ ରାସନ କାର୍ଡରେ ୩ ମାସର ଖାଦ୍ୟ, କାର୍ଡ ପିଛା ଏକ ହଜାର ଟଙ୍କା,ନିର୍ମାଣ ଶ୍ରମିକମାନଙ୍କ ପାଇଁ ୧୫ ଶହ ଟଙ୍କା ଆଦି ପ୍ୟାକେଜ ଘୋଷଣା କରିଥିବାରୁ କିଛି ଗରିବଙ୍କ ମଧ୍ୟରେ ସାମୟିକ ଆସ୍ୱସ୍ଥି ମିଳିଛି । ବାଲେଶ୍ୱର ଜିଲ୍ଲାର ସୋର ବ୍ଲକର ଗୁଡ୍ ପଞ୍ଚାୟତର ଶହ ଶହ ନିର୍ମାଣ ଶ୍ରମିକମାନେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଓ ସୋର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରତିଦିନ କାର୍ଯ୍ୟ କରିଥାନ୍ତି । ଏମାନଙ୍କ ମଧ୍ୟରେ ବିଦ୍ୟାଧର ନାୟକ,ପିତା- ବାଳକୃଷ୍ଣ,ଶ୍ରମିକ କାର୍ଡ ନମ୍ବର-ଓଆର୦୨୦୯୬୭୯,ବିଜୟ କୁମାର ସାହୁ,ପିତା-କାଶିନାଥ,ଶ୍ରମିକ କାର୍ଡ ନମ୍ବର- ଓଆର୦୨୦୧୨୯୦୯,ଲୋକନାଥ ପଣ୍ଡା,ପିତା-ପଦ୍ମଲୋଚନ,ଶ୍ରମିକ କାର୍ଡ ନମ୍ବର-ଓଆର୦୨୦୭୭୭୦,ସହଦେବ ମହାରଣା,ପିତା- ଉପେନ୍ଦ୍ର,ଶ୍ରମିକ କାର୍ଡ ନମ୍ବର-ଓଆର୦୨୦୭୮୦୮,ଦାଶରଥି ନାୟକ,ପିତା ଗଙ୍ଗାଧର,ଶ୍ରମିକ କାର୍ଡ ନମ୍ବର-ଓଆର୦୨୦୯୬୯୪,ରମେଶ ମହାଳିକ,ପିତା- ଶୁକଦେବ,ଶ୍ରମିକ କାର୍ଡ ନମ୍ବର-ଓଆର୦୨୦୯୬୮୦,ବସନ୍ତ କୁମାର ପାଣିଗ୍ରାହୀ,ପିତା-ସୁଧାକର,ଶ୍ରମିକ କାର୍ଡ ନମ୍ବର-ଓଆର୦୨୦୯୬୯୫ କେବଳ ଏତିକି ନୁହଁନ୍ତି ଏମାନଙ୍କ ପରି ୫୦ରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ କାର୍ଡ ଥାଇ ବି ସରକାରୀ ତାଲିକାରେ ତାଙ୍କର ନାମ ନଥିବାରୁ ସରକାରୀ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କହିଛନ୍ତି ଗୁଡ୍ ସରପଞ୍ଚଙ୍କ ପ୍ରତିନିଧି ଶୁଶାନ୍ତ କୁମାର ପଣ୍ଡା । ବର୍ତ୍ତମାନ ଛୁଟି ଓ କଟକଣା ଲାଗୁଥିବାରୁ ଶ୍ରମିକମାନେ ଅଭିଯୋଗ କରିବାକୁ ସୁଯୋଗ ନାହିଁ ବୋଲି କହିଛନ୍ତି ନିର୍ମାଣ ଶ୍ରମିକମାନେ । ଏହି ଶ୍ରମିକମାନେ ୨୦୧୩ ମସିହା ଠାରୁ ପଞ୍ଜିକୃତ ହୋଇ ନିର୍ଦ୍ଧାରିତ ସମୟରେ ରିନ୍ୟୁଓ୍ୱାଲ କରିଛନ୍ତି ବୋଲି କହଇଛନ୍ତି ଶ୍ରମିକ ସଂଘର ନେତା ସୁରେଶ ଚନ୍ଦ୍ର ମହାରଣା ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ କଟକଣାକୁ ଅମାନ୍ୟ କରି ପଞ୍ଚାୟତ ଆଗରେ ବିକ୍ଷୋଭ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଶ୍ରମିକ ନେତାମାନେ । । ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଶ୍ରମିକମାନଙ୍କ ସମସ୍ୟାକୁ ବିଚାରକୁ ବାଲେଶ୍ୱର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରେ ନିବେଦନ କରିଛନ୍ତି