Odisha news

ବନ୍ଦ ରହିଛି କାକଟପୁର ମଙ୍ଗଳା ମନ୍ଦିର

0

କାକଟପୁର- ବନ୍ଦ ହୋଇ ରହିଛି କାକଟପୁର ବାସିନୀ ତଥା ଜଗତ ଜନନୀ ପରମ ବୈଷ୍ଣବୀ ମାମଙ୍ଗଳାଙ୍କ ମନ୍ଦିର । ୨୦ଦିନରୁ ଉଦ୍ଧ୍ୱର୍ ହେବ ମାଙ୍କ ମନ୍ଦିରର ୪ଦ୍ୱାର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଛି । ଇତିମଧ୍ୟରେ ମାଙ୍କ ପାଂଚପାଳିଯାତ୍ରା ମଧ୍ୟ ବନ୍ଦ ଭିତରେ ସରିଯାଇଛି । କେବଳ ମାଙ୍କର ନୀତିକାନ୍ତି ଚାଲିଛି । ଯେଉଁ ସେବାୟତଙ୍କ ଯେଉଁଦିନ ପାଳି ଥିବ ସେହି ସେବାୟତ ମନ୍ଦିରକୁ ଯାଇ ନୀତିକାନ୍ତି କରୁଛନ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ପୁରା ବନ୍ଦ ରହିଛି । ମାଙ୍କର ଚାରିଦ୍ୱାର ମଧ୍ୟରୁ କେବଳ ଦକ୍ଷିଣ ଦ୍ୱାର ଦେଇ ସେବାୟତ ଯାଇ ମାଙ୍କର ନୀତିକାନ୍ତି କରିଆସୁଛନ୍ତି । ରାଜ୍ୟର ପ୍ରମୁଖ ଦେବୀପୀଠ ଭାବେ ଏହି ପୀଠର ଜାତୀୟ ତଥା ଆର୍ନ୍ତଜାତିକ ମାନ୍ୟତା ରହିଛି । ମାମଙ୍ଗଳାଙ୍କ ଦର୍ଶନ ପାଇଁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଏଠାରେ ଲାଗି ରହିଥାଏ ।

Leave A Reply