Odisha news

ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ଅକ୍ଟୋବର ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ

0

ବାରିପଦା  : ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ଅକ୍ଟୋବର ୧୪ତାରିଖ ଠାରୁ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲା ରହିବ । ପ୍ରତିବର୍ଷ ନଭେମ୍ବର ୧ତାରିଖରେ ଶିମିଳିପାଳ ଖୋଲା ହେଉଥିବାବେଳେ ଚଳିତ ବର୍ଷ ପାର୍ବଣଋତୁରେ ଶିମିଳିପାଳ ଅଭୟାରଣ୍ୟ ଖୋଲାହେଉଥିବାରୁ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଦୈନିକ ସର୍ବାଧିକ ପ୍ରଥମେ ଆସିଥିବା ୩୫ଗୋଟି ଚାରିଚକିଆ ଯାନ କାଳିଆଣୀ ତନଖି ଫାଟକ(ଯଶିପୁର) ମଧ୍ୟଦେଇ ଓ ପ୍ରଥମ ୨୫ଗୋଟି ଚାରିଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟଦେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ପର୍ଯ୍ୟଟକମାନେ କେବଳ ପିଠାବଟା ଏବଂ କାଳିଆଣି (ଯଶିପୁର) ଦେଇ ବ୍ୟାଘ୍ର ପ୍ରକଳ୍ପକୁ ପ୍ରବେଶ କରିପାରିବେ । ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ନିମନ୍ତେ ପ୍ରବେଶ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ଘଟିକାରୁ ଦିନ ୯ଘଟିକା ପର୍ଯ୍ୟନ୍ତ ମିଳିପାରିବ ।

ବ୍ୟାଘ୍ର ପ୍ରକଳ୍ପକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକମାନେ ପ୍ରଚଳିତ ନୀୟମାବଳୀମାନ ପାଳନ ନିମନ୍ତେ ଲିଖିତନାମା ଦେବେ । ନିୟମାବଳୀ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ପର୍ଯ୍ୟଟକଙ୍କ ଯାନ, ପର୍ଯ୍ୟଟକ ଏବଂ ତାଙ୍କ ଜିନିଷପତ୍ରକୁ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ତନଖି ଫାଟକରେ ଯାଞ୍ଚ କରାଯିବ । ଅପରାହ୍ନ ୩ଘଟିକା ପୂର୍ବରୁ ସମସ୍ତ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ଘଟିକା ପୂର୍ବରୁ ଚହଲା ସ୍ଥାନରୁ ଛାଡିବାକୁ ପଡିବ ।

ପର୍ଯ୍ୟଟକ ତାଙ୍କ ଫେରନ୍ତା ଯାତ୍ରା ଏପରି ଭାବରେ ପ୍ରସ୍ତୁତ କରିବେ ଯେପରିକି ସେମାନେ ସେହି ଦିନ ସନ୍ଧ୍ୟା ୫ଘଟିକା ସୁଦ୍ଧା ପ୍ରସ୍ଥାନ ତନଖି ଫାଟକ(ପିଠାବଟା/ତୁଳସୀବଣୀ/କାଳିଆଣୀ) ଅତିକ୍ରମ କରିବେ । କୌଣସି କାରଣବସତଃ ପର୍ଯ୍ୟଟକଙ୍କ ଯାନ ଖରାପ ହେଲେ ସେହି ଯାନରେ ଥିବା ପର୍ଯ୍ୟଟକମାନଙ୍କୁ ବାରିପଦା/ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବା ପାଇଁ (ଅଗ୍ରୀମ ଟଙ୍କା ୪୦୦୦/- ଜମା କଲେ) ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବେ ଏଥିପାଇଁ ପର୍ଯ୍ୟଟକଙ୍କ ଯାନ ଚାଳକଙ୍କ ଠାରୁ ଚାରିହଜାର ଟଙ୍କା ଆଦାୟ କରାଯିବ, ଏଥିନିମନ୍ତେ ଯାନ ଚାଳକ ମାନେ ପ୍ରସ୍ତୁତ ରହିବା ଦରକାର । ଯଦି କୌଣସି ଯାନ ବଳବତ୍ତର ଥିବା ନିୟମାବଳୀକୁ ଦ୍ୱିତୀୟଥର ଉଲ୍ଲଙ୍ଘନ କରିବେ, ତେବେ ସେହି ଯାନକୁ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ପ୍ରବେଶ ନିମନ୍ତେ ଭବିଷ୍ୟତରେ ଅନୁମତି ଦିଆଯିବନାହିଁ ।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୁମାରୀ, ଗୁଡଗୁଡିଆ, ରାମତୀର୍ଥ, ବରେହିପାଣି ଓ ଯାମୁଆଣିରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନ ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ରମକ୍ଟଗ୍ଧକ୍ଟଙ୍କକ୍ସକ୍ଟୟସଗ୍ଦଷବ.ମକ୍ଟଜ୍ଞ ରେ ଅଗ୍ରୀମ ଆରକ୍ଷଣ କରିବାକୁ ହେବ । ଚଳିତ ବର୍ଷଠାରୁ ପର୍ଯ୍ୟଟକମାନେ ନିଜର ଏବଂ ଯାନର ପ୍ରବେଶ ନିମନ୍ତେ ଅନୁମତି ପତ୍ର ଙ୍ଗଙ୍ଗଙ୍ଗ.ଗ୍ଦସଜ୍ଞସକ୍ଷସକ୍ଟ୍ରବକ୍ଷ.କ୍ଟକ୍ସଶ ୱେବସାଇଟ୍ ମାଧ୍ୟମରେ କିମ୍ବା ପୂର୍ବପରି ଏଣ୍ଟି୍ର ଗେଟ୍ରେ ମଧ୍ୟ ଅନୁମତି ପତ୍ର ନେଇ ପାରିବେ । ଭ୍ରମଣ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିବାର ନିଷ୍ପତ୍ତି ମଝିରେ ମଝିରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ କରାଯିବ ଏବଂ ପାରିପାଶ୍ୱର୍ିକ ଅବସ୍ଥାକୁ ଅନୁଧ୍ୟାନ କରି ସୁଚିନ୍ତିତ ସିଦ୍ଧାନ୍ତମାନ ଗ୍ରହଣ କରାଯିବ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ୍ ନେବା ବାଧ୍ୟତାମୂଳକ ।

Leave A Reply