Odisha news

ଏମ୍ପିସି କଲେଜରେ ଦର୍ଶନଶାସ୍ତ୍ର ବିଭାଗର ଆଲୋଚନା ଚକ୍ର

0

ବାରିପଦା  : ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭାରତୀୟ ପରିଷଦ ଦର୍ଶନଶାସ୍ତ୍ର ସମ୍ବନ୍ଧୀୟ ଗବେଷଣା ନୂଆଦିଲ୍ଲୀ ସହାୟତାରେ ଦର୍ଶନ ଶାସ୍ତ୍ର ବିଭାଗ ଦ୍ୱାରା ଏକ ଏକଦିବସୀୟ ଆଲୋଚନା ଚକ୍ର ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ପ୍ରଥମ ଅଧିବେଶନରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ମୋହନ ମହମ୍ମଦ ଆସି “ଏମରଜେନ୍ସ ଅଫ୍ ହୁ୍ୟମାନ ସାଇନ୍ସ ଇନ୍ ଆନ୍ସିଏଣ୍ଟ ଗ୍ରୀକ୍ ଥଟ୍” ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦର୍ଶନଶାସ୍ତ୍ର ବିଭାଗ ଏବଂ ଭାରତ ସରକାର ପକ୍ଷରୁ ଗ୍ରୀସ୍ ଯିବାର ଅନୁଭୂତି ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତ କରିଥିଲେ । ଦ୍ୱିତୀୟ ଅଧିବେଶନରେ ରମାଦେବସୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡଃ ସଚିନ୍ଦ୍ର ରାଉଳ ଆସି ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀଙ୍କୁ କାଟେଗୋରିଜ୍ ଅଫ୍ କ୍ୟାଣ୍ଡ : ସମ୍ ରିଫ୍ଲେକ୍ସନ୍ସ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଏହି ଏକଦିବସୀୟ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ପ୍ରାୟଃ ୨୦୭ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଦର୍ଶନଶାସ୍ତ୍ର ପ୍ରତି ଆଗ୍ରହ ଜନ୍ମାଇବା ଉଦେ୍ଦଶ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅଧ୍ୟାପିକା ସୁଇଟିପଙ୍ଗ୍ ଏବଂ ଅଧ୍ୟାପକ ସୁଖରାମ୍ ସିଂଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ନଳିନୀକାନ୍ତ ସାହୁ, ଉମୁଲ୍ୱାରା, ଜୟଦେବ ସାହୁ ଓ ସୁମିତ୍ରା ପ୍ରଧାନ କୁଇଜ୍ରେ ପୁରସ୍କୃତ ହୋଇଥିଲେ । ଛାତ୍ରୀ ଲଳିତା ସାହୁ, ସୋନାଲି ଦାସ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଏକଦିବସୀୟ ଆଲୋଚନା ଚକ୍ର ଡଃ ଦୀପକ କୁମାର ବେହେରା, ଦର୍ଶନ ଶାସ୍ତ୍ରୀ ବିଭାଗର ମୁଖ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଯାଇଥିଲା । ଏହି ଆଲୋଚନା ଚକ୍ରରେ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ନରେନ୍ଦ୍ର ପ୍ରସାଦ ବେହେରା, ସହଯୋଗୀ ପ୍ରଧ୍ୟାପକ ଓ ଦର୍ଶନ ବିଭାଗଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply