Odisha news

ଘରୁ ଉଠାଇ ଆଣିି ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ, ରରୁଅାଁ ଥାନା ଘେରିଲେ ଉତ୍ତରପୋଷି ଗ୍ରାମବାସୀ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନ ଉତ୍ତରପୋଷି ଗ୍ରାମରେ ଗତ ୨୨ତାରିଖ ରେ ସ୍ୱାଧୀନ ଗିରି ଏବଂ ଶରତ ଚନ୍ଦ୍ର ଗିରିଙ୍କ ମଧ୍ୟରେ ହୋଇଥିବା ଜମି ଜାଗା ମାମଲା ନେଇ ରରୁଆଁ ଥାନାରେ ସେହି ସମୟରେ ଥିବା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାଯ୍ୟ ଶରତ ଚନ୍ଦ୍ର ଗିରିଙ୍କୁ ରରୁଆଁ ଥାନା ଆଣି ମାଡ ମାରିବା ଘଟଣାର ଆଜି ପୁଣି ଉତ୍ତରପୋଷି ଗ୍ରାମ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଅସନ୍ତୋଷ ଏପରି ଭାବେ ଦେଖା ଦେଇଥିଲା କି ଉତ୍ତରପୋଷି ଗ୍ରାମ ଶତାଧିକ ପୁରୁଷ ଏବଂ ମହିଳା ରରୁଆଁ ଥାନା ସମ୍ମୁଖରେ ଥିବା ଗେଟ ଆଗରେ ଶରତ ଗିରିଙ୍କୁ ଶୋଆଇ ରଖି ଧାରଣ ଦେବା ସହିତ ଥାନା ସମ୍ମୁଖରେ ଯାଇଥିବା ରରୁଆଁ ଶୁକୃଳି ପିଡବ୍ଲୁ୍ୟଡି ରାସ୍ତାକୁ ଚାରି ଘଣ୍ଟା ଧରି ଅବରୋଧ କରି ରଖିଥିଲେ । ଗ୍ରାମବାସୀଙ୍କ ଦାବି ପ୍ରଭୁ କଲ୍ୟାଣ ଆଚାଯ୍ୟଙ୍କୁ ବଦଳି ନୁହେଁ ଚାକିରୀରୁ ବହିଷ୍କାର କରାଯିବା ସହିତ ଶରତ ଚଦ୍ର ଗିରିଙ୍କୁ ଉନ୍ନତ ଧରଣର ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱରକୁ ନେବା ନିମନ୍ତେ ଆର୍ଥôକ ସହାୟତା ପ୍ରଦାନ କରିବା ଏବଂ ସ୍ୱାଧୀନ ଗିରିକୁ ରରୁଆଁ ଥାନା ଆଣି ଆଉ ଶରତ ଗିରିଙ୍କ ସହିତ ଗଣ୍ଡଗୋଳ ନ କରିବା ପାଇଁ ଚୁକ୍ତି ଲେଖାଯାଉ । ରାସ୍ତା ଅବରୋଧ ଏବଂ ଥାନା ସମ୍ମୁଖରେ ଧାରଣ ଖବର ପାଇ କରଞ୍ଜିଆ ଏସଡିପିଓ ସୁବ୍ରତ କୁମାର, ରାଇରଙ୍ଗପୁର ଏସଡିପିଓ ଗୋକୁଳ ଆନନ୍ଦ ସାହୁ, ବାଦାମପାହାଡ଼ ଥାନା ଅଧିକାରିଣୀ ଅମ୍ବିକା ପ୍ରସାଦ ଦାସ, ରରୁଆଁ ଥାନା ଅଧିକାରୀ ଶିରିସ ଚନ୍ଦ୍ର ନାଏକ, ଯଶିପୁର ଥାନା ଅଧିକାରୀ ଓ ଘାଗରବେଡା ଥାନା ଅଧିକାରୀଙ୍କ ସହିତ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ରରୁଆଁ ଶୁକୃଳିର ସ୍ଥାନୀୟ ବ୍ୟକ୍ତି ମାନେ ବୁଝାସୁଝା କରିବା ପରେ ରାସ୍ତା ଅବରୋଧକାରୀ ମାନେ ଉଠିଥିଲେ । ପରେ ରରୁଆଁ ପୋଲିସ ଉତ୍ତରପୋଷିରେ ପହଞ୍ଚି ସ୍ୱାଧୀନ ଗିରି ଏବଂ ପିତା ହୀରାଲାଲ ଗିରିକୁ ରରୁଆଁ ଥାନାକୁ ଆଣି ଉକ୍ତ ଜାଗା ଉପରେ କୌଣସି ପ୍ରକାର ଗଣ୍ଡଗୋଳ କରିବେ ନାହିଁ କିମ୍ବା ଶରତ ଗିରି ଉପରେ ଆଉ ଆକ୍ରମଣ କରିବେ ନାହିଁ ବୋଲି ଲିଖିତ ଭାବେ ରରୁଆଁ ଥାନାରେ ଦେଇଥିଲେ ଏବଂ ରରୁଆଁ ଥାନାରୁ ବଦଳି ହୋଇଯାଇଥିବା ପ୍ରଭୁ କଲ୍ୟାଣ ଆଚାଯ୍ୟଙ୍କ ଉପରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଉପସ୍ଥିତ ଥିବା ଉତ୍ତରପୋଷି ଜନସାଧାରଣଙ୍କୁ ପ୍ରକାଶ କରିଥିଲେ ।

Leave A Reply