Odisha news

ବାରିପଦା ନାଟକୋତ୍ସବ ଉଦ୍ୟାପିତ, ବିମୋହିତ କଲା ନାଟକ ଅଶୁଭ ଲଗ୍ନା

0

ବାରିପଦା  : ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ବାରିପଦା କଳାକାର ପରିବାର ପ୍ରଯୋଜନାରେ ତିନିଦିନିଆ ନାଟକୋତ୍ସବ ଉଦ୍ୟାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ତିନିଦିନିଆ ନାଟକୋତ୍ସବ ବେଶ ଦର୍ଶକଙ୍କୁ ପ୍ରଭାବିତ କରିଛି ଓ ଆଗାମୀ ଦିନରେ ବାରିପଦା ପୌରପାଳିକା ତରଫରୁ ଏକ ନାଟକ ମହୋତ୍ସବର ଆୟୋଜନ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ଅଭିନେତା ଓ ସିନେମା ନିର୍ଦେଶକ ତାପସ ସରଘରିଆ, ବାରିପଦା କଳାକାର ପରିବାରର ସଭାପତି ଧୀର ବସା, ବରିଷ୍ଠ ଅଭିନେତା ଓ ନିଦେ୍ର୍ଦଶକ ତଥା ନାଟ୍ୟକାର ଖିରୋଦ କୁମାର ସିଟ, ନାଟକର ନିର୍ଦେଶକ ଅନ୍ନଦା ଶଙ୍କର ଦାଶ ତଥା ଓଡିଆ ସିନେ ଜଗତର ଚକ୍ଲେଟ ବୟ ସ୍ୱରାଜ ବାରିକ ପ୍ରମୁଖ ଯୋଗଦେଇ ନାଟକ ଦେଖିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିବାରୁ ଦର୍ଶକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷ ସନ୍ଧ୍ୟାର ନାଟକ ଅଶୁଭ ଲଗ୍ନା ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା । ବହୁବର୍ଷ ପରେ ପୁରା ଭବନଟି ଦର୍ଶକଙ୍କ ଦ୍ୱାରା ପୁରା ଭରି ରହିଥିବାର ଦେଖିବାକୁ ମିଳିଥିଲା ଓ ଶେଷ ପର୍ଯ୍ୟନ୍ତ ସମସ୍ତେ ନାଟକଟିକୁ ଉପଭୋଗ କରିଥିଲେ ଅନ୍ନଦା ଶଙ୍କର ଦାଶ, ଅଶୋକ ପଟ୍ଟନାୟକ, ଜ୍ଞାନ ପଣ୍ଡା, ରାଜେଶ ଦାଶ, କୁନ୍ଦନ ଭଞ୍ଜ, ପ୍ରସନ୍ନ, ଶିବ, ସୌମ୍ୟ, ବିବେକ, ସୁଶ୍ରୀ ପଦ୍ମଜା ଓ ଫ୍ଲୋରିନା ପ୍ରମୁଖ ଉଚ୍ଚ କୋଟିର ଅଭିନୟ କରିଥିଲେ । ଏହି ଅବସରରେ ଲେଖିକା ତଥା ସଂଗଠିକା ସୁଚରିତା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply