ବାରିପଦା : ବାରିପଦା ମୁ୍ୟନିସିପାଲିଟି ଅନ୍ତର୍ଗତ ୧୪ନଂ ୱାର୍ଡର ତୁଳସୀଚୌରା ଦୁର୍ଗାପୂଜା ପଡିଆ ନିକଟରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ନୂତନ ଗୃହର ଭୂମି ପୂଜନ ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗଦେଇ ଭୂମି ପୂଜନ କରିବା ସହ ସ୍ଥାନୀୟ ଜନସାଧାରଣ କିପରି ତୁରନ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କର ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଅତିଥି ଭାବେ ଉପନଗରପାଳ ସୀମା ଦାସ ଓ ସ୍ଥାନୀୟ କାଉନ୍ସିଲର ବିବେକାନନ୍ଦ ନାୟକ, ପୂର୍ବତନ କାଉନ୍ସିଲର ସୁରେଶ ଚନ୍ଦ୍ର ନାୟକ, ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବର ସଦସ୍ୟ ତଥା ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ବାରିପଦା ସହରର ମୁର୍ଗାବାଡି, ଦେବେନ୍ଦ୍ରପୁର ଓ ସୁନାମୁହିଁ ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ଏହା ସହର ମଧ୍ୟରେ ଚତୁର୍ଥ କେନ୍ଦ୍ର ଭାବେ ପ୍ରତିଷ୍ଠା ହେବ ଓ ଏହା ଫଳରେ ତୁଳସୀଚୌରା ଅଞ୍ଚଳ ସହ ପୂର୍ଣ୍ଣଚନ୍ଦ୍ରପୁର, ଷ୍ଟେସନବଜାର, ଜନାର୍ଦ୍ଦନପୁର ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ସ୍ୱାସ୍ଥ୍ୟ ସେବାର ଲାଭ ପାଇପାରିବେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ମୋଟ୍ ଏକକୋଟି ଦଶଲକ୍ଷ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ପ୍ରାୟ ବର୍ଷେ ଭିତରେ କାର୍ଯ୍ୟ ସମ୍ପନ୍ନ ହେବ ବୋଲି କାଉନ୍ସିଲର ଶ୍ରୀ ନାୟକ ଜଣାଇଛନ୍ତି ।