Odisha news

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦୁ୍ୟତ୍ ବିଭ୍ରାଟ ପ୍ରସଙ୍ଗକୁ ନେଇ ମେ ୧୫ରେ ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ଭଞ୍ଜସେନା

0

ବାରିପଦା : ମୟୂରଭଞ୍ଜର ସୁପୁତ୍ରୀ ତଥା ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉସôବରେ ନିଜ ଅଭିଭାଷଣ ପ୍ରଦାନ କରୁଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଇଡକୋ ବିଭାଗ, ଜିଲ୍ଲାପ୍ରଶାସନ, ବିଦୁ୍ୟତ୍ ବିଭାଗ ଯାହାର ଭି ଖାମଖିଆଲି କାର୍ଯ୍ୟ ଯୋଗୁଁ ୯ ମିନିଟ୍ ଲାଇନ୍ କଟି ଅନ୍ଧକାର ହୋଇଥିଲା, ଯେଉଁଥିପାଇଁ ମୟୂରଭଞ୍ଜବାସୀ ସମଗ୍ର ଦୁନିଆ ଆଗରେ ଅପମାନିତ ହୋଇଛନ୍ତି । ଏନେଇ ଭଞ୍ଜସେନା ପକ୍ଷରୁ ତିନିଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବୀ କରାଯାଇଥିଲା । ମାତ୍ର ତିନିଦିନ ଅତିକ୍ରମ କରିସାରିଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ଭଞ୍ଜସେନା ପକ୍ଷରୁ ତୁରନ୍ତ ପ୍ରକୃତ ଦୋଷୀଙ୍କୁ ଧରିବା ଦାବୀ ନେଇ ଚଳିତ ମେ ୧୫ତାରିଖ ତଥା ସୋମବାର ଦିନ ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି ବୋଲି ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ବନ୍ଦରେ ସମସ୍ତ ଜରୁରୀ ସେବା ବାଧାପ୍ରାପ୍ତ ନହେବା ସହିତ ସମସ୍ତ ରାଜନୀତି ଦଳ, ସଂଗଠନ ଏବଂ ପ୍ରତ୍ୟେକ ମୟୂରଭଞ୍ଜିଆଙ୍କୁ ପ୍ରତ୍ୟକ୍ଷ ସାମିଲ ହେବାପାଇଁ ମୁଖପାତ୍ର ମାନସ ବେହେରା ନିବେଦନ କରିଛନ୍ତି ।

Leave A Reply