Odisha news

ଭାଉଜ ହତ୍ୟାକାରୀ ଦିଅରଙ୍କୁ ଆଜୀବନ କାରାଦଣ୍ଡ

0

ବାରିପଦା  : ଏକ ହତ୍ୟା ମାମଲାର ବି·ର କରି ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ଜଗନ୍ନାଥ ନାୟକ(୩୩)ଙ୍କୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି କୃଷ୍ଣଚନ୍ଦ୍ର ଦାଶ ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକ୍ଟିଆ ଗ୍ରାମର ଭାଉଜ ସୁକଦେବୀ ନାୟକ ଓ ଦିଅର ଜଗନ୍ନାଥ ନାୟକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲେ । ସୁକଦେବୀ ପାକ୍ଟିଆ ଗ୍ରାମର କ୍ଷେତ୍ରମୋହନ ନାୟକଙ୍କୁ ବିବାହ କରିଥିଲେ । ବିବାହର ୯ବର୍ଷ ପରେ ସୁକଦେବୀ ନିଜ ବାପଘରେ ଧାନ ·ଷ କରିଥିବା ଧାନ ଆଣିଥିଲେ । ମାତ୍ର ତାଙ୍କ ଦିଅର ଉକ୍ତ ଧାନକୁ ବିକ୍ରି କରିଦେଇଥିଲେ । ତେଣୁ ସ୍ୱାମୀ କ୍ଷେତ୍ରମୋହନ ଓ ସ୍ତ୍ରୀ ସୁକଦେବୀ ଜଗନ୍ନାଥଙ୍କୁ ଧାନ ବିକ୍ରି ବାବଦ ଟଙ୍କା ମାଗିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ୨୦୧୯ ମସିହା ଜାନୁୟାରୀ ୧୪ତାରିଖରେ ଜଗନ୍ନାଥ ରାଗିଯାଇ ଏକ କୁରାଢୀ ସାହାଯ୍ୟରେ ଭାଉଜ ସୁକଦେବୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଏନେଇ ଝାରପୋଖରିଆ ଥାନାରେ ୩/୧୯ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ମଙ୍ଗଳବାର ୧୩ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଥିଲେ ।

Leave A Reply