ବାରିପଦା : କରୋନା ଭୟ ସାରା ଦେଶକୁ ଘାରିଛି । ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଥିବାବେଳେ ବିଭିନ୍ନ ସପିଙ୍ଗ ମଲ, ସିନେମା ହଲ, ଶିକ୍ଷାନୁଷ୍ଠାନ, ଜିମ୍ ଆଦି ବନ୍ଦ କରାଯାଇଥିବାବେଳେ ମଦ ଦୋକାନ ଏଥିରୁ ବାଦ ପଡିଛି । ମଦ କାଉଣ୍ଟର ଓ ମଦ ଢାବା ଖୋଲା ରହିବା ବିଡମ୍ବନାର ବିଷୟ ବୋଲି ମାସାଆର୍ମୀ ଅଭିଯୋଗ କରିଛି ।
ଏହି ମଦ ଦୋକାନ ଗୁଡିକରେ ବହୁ ଲୋକ ରୁଣ୍ଡ ହେଉଥିବାରୁ ତୁରନ୍ତ ମଦ ଦୋକାନ ବନ୍ଦ କରିବା ପାଇଁ ମାସାଆର୍ମୀ ଦାବି କରିଛି । ଏହି ଅବସରେ ସଂଗଠନ ପକ୍ଷରୁ ଜିଲ୍ଲାପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାସାଆର୍ମୀ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ମୁକେଶ ମାରାଣ୍ଡି, ଲକ୍ଷ୍ମୀକାନ୍ତ ବାସ୍କେ ଓ ରବିନ୍ଦ୍ର ମାରାଣ୍ଡିଙ୍କ ସହ ବହୁ ମାସାଆର୍ମୀ କର୍ମୀ ଉପସ୍ଥିତ ଥିଲେ ।