Odisha news

ତାସ୍ ଖେଳକୁ ନେଇ ତୁମୁଳକାଣ୍ଡ ,ଗାଁ ରେ ବୁଲିଲା ଖଣ୍ଡା ,ଜଣେ ଗୁରୁତର ,ଜଣେ ଅଟକ

0
ବାରଙ୍ଗ :  ତାସ୍ ଖେଳକୁ ନେଇ ତୁମୁଳକାଣ୍ଡ ଘଟିଛି । ଯାହାକୁ ନେଇ ଭଡ଼ାଟିଆ ଗୁଣ୍ଡାକୁ ଆଣି ଖଣ୍ଡାରେ ଆକ୍ରମଣ ହୋଇଛି । ଏଭଳି ଘଟଣା ଚନ୍ଦକା ଥାନା  ପାଇକରାପୁର ଗାଁ ରେ ଘଟିଛି । ସୂଚନା ଯୋଗ୍ୟ ଯେ , ଗୁରୁବାର ଦିନ ଦ୍ୟୁଇପହରରେ ପାଇକରାପୁର ଗ୍ରାମରେ ଦୁଇ ଦଳ ତାସ୍ ଖେଳୁଥିଲେ। କିଛି କଥାକୁ ନେଇ ପ୍ରଥମେ ବଚସା ପରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା ।ସେହି ଗ୍ରାମର ସିର୍ଯ୍ୟକାନ୍ତ ଦାସ (ଟୁଆଁ )ନାମକ ଯୁବକ ରାଗିଯାଇ  ଦୁଇ ଜଣ ଭଡାଟିଆ ଗୁଣ୍ଡାକୁ ଡାକିଥିଲେ    ।
,  ପାଇକରା ପୁର ଗ୍ରାମର ଅମୀର ପ୍ରଧାନ ଙ୍କ ବାପା ଙ୍କୁ ଭଡାଟିଆ ଗୁଣ୍ଡା ଙ୍କ ଦ୍ୱାରା ଦିନ ଦ୍ୱିପ୍ରହରେ  ମାରଣାତ୍ମକ ଆକ୍ରମଣ କରିଥିଲେ।  ,ଘର କବାଟ ଭାଙ୍ଗି  ୩ ଜଣ ଯୁବକ ମୁହଁରେ ମୁଖା ପିନ୍ଧି  ଆକ୍ରମଣ କରିଥିଲେ।  ,ଅଳ୍ପକେ ବର୍ତିଲେ ଅମୀର ପ୍ରଧାନ,ଏବଂ ତାଙ୍କ ପରିବାର । ହେଲେ ଖଣ୍ଡା ଚୋଟ ରେ ଅମିର ବାପା ଙ୍କ ବେକରେ ବାଜିଥିଲା।  ଏନେଇ., ଘଟଣା ସ୍ଥଳ ରେ ଚନ୍ଦକା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସିର୍ଯ୍ୟକାନ୍ତ ଦାସ (ଟୁଆଁ )ନାମକ ଯୁବକ ଫେରାର,ରହିଛି  ।ଜଣେ ଭଡାଟିଆ ଗୁଣ୍ଡା କୁ ଗ୍ରାମର ଯୁବକ ଅଟକ ରଖି ଚନ୍ଦକା ପୋଲିସ ର ଜମା ଦେଇଛନ୍ତି । ଏନେଇ ପୋଲିସ  ଅଧିକ ତଦନ୍ତ ଜାରିରଖିଛି ।
Leave A Reply