Odisha news

ସ୍ବାସ୍ଥ୍ୟକର ମାଛ ବଜାର ର ଶିଳାନ୍ୟାସ

0
ଆଠଗଡ଼ ତା ୧୪-୦୩-୨୪ ଆଠଗଡ଼  କଇଥ ଛକ ଠାରେ ୩ କୋଟି ୬୦ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ହେବ ଏକ ଆଧୁନିକ ସ୍ବାସ୍ଥ୍ୟକର ମାଛ ବଜାର ,ନିର୍ମାଣ ଧିନ ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଏହାର ନିର୍ମାଣ କରାଯିବ। ଏଠାରେ ଖୁଚୁରା ବେପାରୀ ଙ୍କ ସହିତ ମାଛ ଗୋଦାମ ମଧ୍ୟ ରହିବ।୧ ଏକର   ଜମି ରେ ହେବାକୁ ଥିବା ଏହି ବଜାର ରେ ୫୦ ଜଣ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ସହିତ ଗୋଦାମ କରି ପାରିବାର ବ୍ୟବସ୍ଥା ରହିବ। ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଜି ଏହାର ଶିଳାନ୍ୟାସ କରିଥିବା ବେଳେ ଏ ବାବଦରେ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି। ଆଗାମୀ ଦିନରେ ଏହି ପ୍ରକଳ୍ପ ର ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତି ସହିତ ଟେଣ୍ଡର ପ୍ରକ୍ରିୟା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।
Nalco
Leave A Reply