Odisha news

କୋମା ରେ ପଶୁ ଚିକିତ୍ସାଳୟ  ସୁସ୍ଥ ହେବାକୁ ଆସି ମୃତ୍ୟୁ ବରଣ କରୁଛନ୍ତି ଜୀବଜନ୍ତୁ 

0
ବାରଙ୍ଗ :  ମଣିଷ ହୁଅନ୍ତୁ ଅବା ଜୀବଜନ୍ତୁ । ଅସୁସ୍ଥ ହେଲେ ଚିକିତ୍ସା ପାଇଁ ଚିକିତ୍ସାଳୟ କୁ ଯାଇଥାନ୍ତି । ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥାନ୍ତି । କିନ୍ତୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ତାହା ଓଲଟା ଦେଖିବାକୁ ମିଳୁଛି ।  ପ୍ରାଣିଉଦ୍ୟାନ ନନ୍ଦନକାନନରେ ବିରଳ ଜୀବଜନ୍ତୁ ମାନେ ସାମାନ୍ୟ ଅସୁସ୍ଥ ହେଲେ ମଧ୍ୟ ଚିକିତ୍ସା ପାଇଁ ପ୍ରାଣୀ ଉଦ୍ୟାନ ର ପଶୁ ଚିକିତ୍ସାଳୟ କୁ ଆସିଲେ ସୁସ୍ଥ ହେବା ପରିବର୍ତ୍ତେ ମୃତ୍ୟୁ ବରଣ କରୁଛନ୍ତି।ଯାହା ବାସ୍ଥବ ଚିତ୍ର କିଛି ଦିନ ହେବ ଏଠାରେ ଦେଖିବାକୁ ମିଳୁଛି । କିଛି ଦିନ ତଳେ ଭାଲୁ ଠାରୁ ଆରମ୍ଭ କରି ଜଳାହସ୍ଥି , ବରସିଂହା ମୃତୁ ପରେ ଦୁଇ ଦିନରେ  ଦୁଇ ଦୁଇଟି ଆନାକୋଣ୍ଡା  ଅସୁସ୍ଥ ହୋଇ ଚିକିତ୍ସିତ ଅବସ୍ଥାରେ ଆଖିବୁଜିଥିବା ବେଳେ  ଗୁରୁବାର ଦିନ ଅସୁସ୍ଥ ହୋଇ ଚିକିତ୍ସା  ପାଇଁ ଡାକ୍ତରଖାନାକୁ ଆସିଥିବା ଏକ ମାଇ ଚଉଶିଙ୍ଗାଟିର ମୃତ୍ୟୁଘଟିଛି ।  ଏଠାରେ ପ୍ରଶ୍ନ ଉଠେ , ସରକାର ଉନ୍ନତ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେ ଟଙ୍କା ଯାଉଛି କୁଆଡେ ? ନା ଏଠାରେ ଥିବା ପଶୁ ଚିକିତ୍ସକ ରୋଗ ଚିହ୍ନି ପାରୁନାହାନ୍ତି ।ରୋଗ ଚିହ୍ନ୍ନୁ  ଚିହ୍ନୁ ବିରଳ ଜନ୍ତୁ ଙ୍କ ମୃତ୍ୟୁ ଘଟୁଛି ।ତେବେ ଏଠାରେ ଅଭିଜ୍ଞ ଡାକ୍ତରଙ୍କୁ ନିୟୋଜିତ କରିବାକୁ ଦାବି ହେଉଛି।  ପ୍ରକାଶ ଯେ , ସମ୍ବଲପୁରରୁ ଆସିଥିବା ଏହି ଚଉଶିଙ୍ଗାଟି ଗୁରୁବାର ଦିନ ଠିକଭାବେ ଖିଆପିଆ କରୁନଥିବା ସହ ବାନ୍ତି ହେଉଥିଲା ।  ଖବରପାଇ ଡାକ୍ତରମାନେ ରହୁଥିବା ଏନକ୍ଲୋଜରକୁ ଯାଇଥିଲେ ।ସେଠାରେ ଡାକ୍ତରିଦଳକୁ ଦେଖି ଅସୁସ୍ଥ ଚଉଶିଙ୍ଗାଟି ଧରାଦେଇନଥିଲା ।ତାକୁଧରିବାକୁ ଚେଷ୍ଟା କରାଯିବାରୁ ସେ ତାରଜାଲିମାଡହୋଇ ପଡିଯାଇଥିଲା ।ଏହାପରେ ତାକୁଧରି  ଚିକିସ୍‌ା ପାଇଁ  ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ବିଳମ୍ଭିତରାତିରେ ତାର ମୃତ୍ୟୁ ଘଟିଥିଲା ।ଚଉଶିଙ୍ଗାଟିର ମୃତ୍ୟୁପରେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୯ରେ ପହଁଚିଛି ।
Leave A Reply