Odisha news

ଶୋଇବାଘରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର ଘଟଣା  ଗିରଫ ହେଲା ବୋହୂ

0
ବାରଙ୍ଗ :  ବାରଙ୍ଗଥାନା ଅଧିନସ୍ଥ ମଧୁପୁର ଗ୍ରାମରେ  ସୁଚିତ୍ରା ସାହୁ ନାମକ ମହିଳାଙ୍କୁ ମଙ୍ଗଳବାର ବିଳମ୍ଭିତ ରାତିରେ ଶୋଇବା ଘରେ ବିଭସ୍‌ଭାବେ ହତ୍ୟା କରାଯାଇଥିବା ଘଟଣାରେ ବୋହୂ କୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ । ତା ଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା ସାମାନି କୁ ଜବତ କରିଛି । ତେବେ କାହିଁକି ଓ କଣ ପାଇଁ ହତ୍ୟା କରିଥିବା ପୋଲିସ ଆଗରେ କହିଛି ଆସାମୀ।ଏହି ଘଟଣା କୁ ନେଇ  ପୋଲିସ ବୁଧବାର ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିବା ବେଳେ ବୋହୂ ପୋଲିସ୍ ଆଗରେ ସବୁ ଦୋଷ ମୋର ବୋଲି ସ୍ବୀକାର କରିଥିବା ଜଣାପଡିଛି । ଶୁକ୍ରବାର ଦିନ ପୋଲିସ ବୋହୂ କୁ ନେଇ ଘଟଣା ଘଟିଥିବା ସ୍ଥାନ କୁ ନେଇଥିଲେ ।ସେଠାରେ ପୋଲିସ ଆଗରେ ସବୁ ଦେଖାଇଥିଲେ ।
ପ୍ରକାସଯେ, ମଧୁପୁର ଗ୍ରାମର ଚତୁର୍ଭୁଜସାହୁଙ୍କ ପୁଅ ସରୋଜ ମଙ୍ଗଳବାର ରାତିରେ ନଥିବାରୁ ଘରେ ବୋହୁପାଖରେ ଶାଶୁ  ସୁଚିତ୍ରା ଶୋଇଥିଲେ।ଅଧାରାତିରେ ଶାଶୁଙ୍କ ପାଖରୁ ଉଠି ବୋହୁ ଅନ୍ୟ ଘରକୁ ପଳାଇଆସିଥିଲେ। ଶଶୁର ଦାଣ୍ଡ ପଟ ଘରେ ଶୋଇଥିଲେ।ସକାଳେ ଶାଶୁଙ୍କର ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଶୋଇବା ଘରୁ ମୃତଦେହ ମିଳିଥିଲା। ଘର ଭିତରେ  ସମୁଦାୟ ୩ଜଣ ଥିବାବେଳେ କିଏ ଆସି  ଏଭଳି ବିଭତ୍ସ ହତ୍ୟାକାଣ୍ଡ  ଘଟାଇ ପଳାଇଗଲା  ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ଅନ୍ୟପଟେ ପୋଲିସ ୪୬୬/୨୩କେଶ ନମ୍ବର ରେ ଏକ ହତ୍ୟା ମାମଲା ରୁଜୁକରି ରକ୍ତ ନମୁନା ସଂଗ୍ରହ କରିବା ସହ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ସହ ତଦନ୍ତ କରିଥିଲା।ପୋଲିସ ଏହି ଘଟଣାରେ ବୋହୁ,ବୋହୂର ଭିଣୋଇ ଓ ଅନ୍ୟ ଜଣଙ୍କୁ ଗୁରୁବାର ସକାଳୁ ଥାନାକୁ ଆଣି ପଚରାଉଚରା ଜାରି ରଖିଥିଲା। ତେବେ ଏହି ଘଟଣା ଉପରୁ ପରଦା କେବେ ଉଠୁଛି ।ଆସନ୍ତା କାଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି ।

Leave A Reply