Odisha news

ରାଜା ରଘୁବଂଶୀଙ୍କ ହତ୍ୟାକାରୀଣି ସୋନମ ରଘୁବଂଶୀ ମିଳିଲା କୋର୍ଟରୁ ଆଶ୍ବସ୍ତି

0
ସୋନମ ରଘୁବଂଶୀ କୁ ସୁପ୍ରିମ କୋର୍ଟରୁ ମିଳିଲା ଆଶ୍ବସ୍ତି
ସୋନାମ ରଘୁବଂଶୀ କୁ ଯିବାକୁ ପଡିବ ନାହିଁ ଆଉ ଜେଲ୍
ସ୍ୱାମୀଙ୍କୁ ହତ୍ୟାକରି ଭୋଗୁଥିଲେ ଜେଲ ଦଣ୍ଡ
କିନ୍ତୁ ବର୍ତମାନ ସୁପ୍ରିମକୋର୍ଟ ଙ୍କ ଆଦେଶ ଦେଇଛି ଆଶ୍ବସ୍ତିରାଜା ରଘୁବଂଶୀ ହତ୍ୟା ଅଭିଯୋଗ ମାମଲାରେ ସୋନାମ ରଘୁବଂଶୀ ଙ୍କ ଜାମିନ ଆବେଦନ କୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି, କେଶ ର ଆଗାମୀ ଶୁଣାଣି ଜୁଲାଇ ୧୦ ତାରିଖରେ ହେବାକୁ ଯାଉଛି, ଏହି ମାମଲାରେ ମେଘାଳୟ ସରକାର ସୁପ୍ରିମ କୋର୍ଟ ରେ ମେଘାଳୟ ହାଇକୋର୍ଟ ର ସେହି ଆଦେଶକୁ ଅଗ୍ରାହ୍ୟ କରିଥିଲା, ଯେଉଁଥିରେ ସୋନମ ରଘୁବଂଶୀ ଙ୍କୁ ମିଳିଥିବା ଜାମିନ କୁ ଠିକ ବୋଲି କୁହାଯାଇଥିଲା, ସୋନମ ଙ୍କ ଉପରେ ନିଜ ସ୍ୱାମୀ ରାଜା ରଘୁବଂଶୀ ଙ୍କୁ ୨୦୨୫ ରେ ହତ୍ୟା ଅଭିଯୋଗ ରେ ଗିରଫ କରାଯାଇଥିଲା l

ସଲିସିଟର ଜେନେରାଲ ତୁଷାର ମେହତା ତର୍କ ଦେଇଥିଲେ ଯେ ସୋନମ ରଘୁବଂଶୀ ୩ଜଣ ସାଥୀଙ୍କ ସହିତ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଥିଲେ, ଏବଂ ରାଜା ରଘୁବଂଶୀ ଙ୍କ ଶବ କୁ ଗୋଟିଏ ଗଭୀର ଖାଲ ଭିତରେ ପକାଇଦିଆ ଯାଇଥିଲା, ଏବଂ ପରେ ସେ ଫେରାର ହୋଇ ଯାଇଥିଲା ଏବଂ ତାକୁ ଉତ୍ତରପ୍ରଦେଶ ରୁ ଗିରଫ କରାଯାଇଥିଲା l

ପୁର୍ବରୁ ୩ଥର ସୋନମ ର ଜାମିନ ଆବେଦନ କୁ ଖାରଜ ହୋଇସାରିଛି, କିନ୍ତୁ ବର୍ତମାନ ମିଳିଛି ଜାମିନ, ଏହାକୁ ନେଇ ସୁପ୍ରିମ କୋର୍ଟ କହିଛନ୍ତି ଯେ ସୋନମ ରଘୁବଂଶୀ ଚାହିଁଲେ ଫେରାର ବି ହୋଇ ପାରିବେ, କିମ୍ବା ସାକ୍ଷୀ ମାନଙ୍କୁ ଧମକାଇ ପାରିବେ, ନଚେତ ଯାହାବି ପ୍ରମାଣ ତାଙ୍କ ବିରୁଦ୍ଧରେ ରହିଛି ତାକୁ ନଷ୍ଟ କରିବାକୁ ଚେଷ୍ଟା କରିବେ l

ବର୍ତମାନ ସୋନମ ବାହାରକୁ ଆସି ସାରିଛନ୍ତି ଏବଂ କୋର୍ଟ ର ଜାମିନ ନିର୍ଦେଶ ଅନୁସାରେ  ସିଲଂ ରେ ରହୁଛନ୍ତି, ତେଣୁ କୋର୍ଟ କହିଛନ୍ତି ଆଇନ ର ସିଦ୍ଧାନ୍ତ ଅନୁସାରେ ତାକୁ ପୁନର୍ବାର ଜେଲ ପଠାଇବା ଠିକ ନୁହେଁ l

Ad2
Leave A Reply