Odisha news

ବାଇକ ଚୋରୀ ରାକେଟ ଗ୍ୟାଙ୍ଗ ଠାବ ,୪ ଗିରଫ ୫ ବାଇକ ଉଦ୍ଧାର

0
 ବାଲିଗୁଡା, ତା, ୧୮/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳ ରେ କିଛି ଦିନ ହେବ ବାଇକ ଚୋରୀ ହେଉଥିବା ବେଳେ ଆଜି ପୁଲିସ ଏକ ବାଇକ ଚୋରୀ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି । । ଦୀର୍ଘ ଦିନ ହେବ ଜଙ୍ଗଲ ରେ ଖାଲିଥିବା ସ୍ଥାନରେ ଛପି ରହି ଧାରୁଆ ଛୁରି ଧରି ଭୟ ଭିତ କରି ବାଇକ ଚୋରୀ କରୁଥିବା ବେଳେ ଗତ ୧୫ ତାରିଖ ସନ୍ଧ୍ୟା ରେ ବ୍ୟାଙ୍କ ସମ୍ବୁଖରୁ ଏକ ବାଇକ ଚୋରୀ କରିଥିଲେ । ଏହା ପରେ ସ୍ଥାନୀୟ ସିସିଟିଭି ପୁଟେଜ ଆଧାର ର ରେ ପୁଲିସ ତଦନ୍ତ କୁ ଆଗେଇ ନେଇଥିଲା । ଯାହା ଶନିବାର ସନ୍ଧ୍ୟା ରେ ସଫଳ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଏସଡିପିଓ ଶୁଭମ ଭୋସଲେ ପ୍ରକାଶ କରିଛନ୍ତି । ପୁଲିସ ବାଇକ ରାକେଟ କୁ ଧରିଥିବା ବେଳେ ସେମାନଙ୍କ ଠାରୁ ୫ ଟି ବାଇକ ଜବତ ହୋଇଥିଲା । ବାଇକ ଚୋରୀ ରାକେଟ ଗ୍ୟାଙ୍ଗ ର ୪ ଜଣକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ମାନେ ବାଲିଗୁଡା ଥାନା ବାନ୍ଦାପାଙ୍ଗା ଗ୍ରାମର ଆକାଶ ମଲ୍ଲିକ (୧୯) , ରେବିଙ୍ଗିଆ ଗ୍ରାମର ଶକ୍ତି ଶେଖର ବେହେରା ((୨୧),  ସେମାନଙ୍କ ମଧ୍ୟ ରେ ଦୁଇ ଜଣ ନାବାଳକ ରହିଛନ୍ତି । ଜବତ ବାଇକ କୁ ଆଇନ ଅନୁଯାୟୀ ହସ୍ତାନ୍ତର କରାଯିବ । କେଉଁ କେଉଁ ଥାନା ଅଞ୍ଚଳ ରେ ଏହି ୪ ଜଣ ବାଇକ ଚୋରୀ ରେ ସମ୍ପୃକ୍ତ ରହିଛନ୍ତି ତାହାର ମଧ୍ୟ ତଦନ୍ତ ଜାରି ରହିଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ବାଲିଗୁଡା ଥାନା ଅଧିକାରୀ ସମୀର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Nalco
Leave A Reply