ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ର ଇତିହାସ ରେ ଆଜି ଗୋଟିଏ ନୂଆ ଅଧ୍ୟାୟ ଯୋଡ଼ା ହୋଇଛି, ହାଇଦ୍ରାବାଦ ର ପ୍ରାଇଭେଟ ସ୍ପେସ କମ୍ପାନୀ ସ୍କାଇ ରୁଟ ଏରୋସ୍ପେସ ଦ୍ୱାରା ସମ୍ପୂର୍ଣ ଭାରତୀୟ ଜ୍ଞାନ କୌଶଳ ଦ୍ୱାରା ପ୍ରସ୍ତୁତ ହୋଇଥିବା ରକେଟ ବିକ୍ରମ -1 ଶ୍ରୀହରିକୋଟା ର ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ରରୁ ସଫଳତାର ସହିତ ଲଞ୍ଚ କରାଯାଇଛି, ଯେତେବେଳେ ବିକ୍ରମ-1 କୁ ଲଞ୍ଚ କରାଯାଇଥିଲା ସମଗ୍ର ବାତାବରଣ କରତାଳି ର ଧ୍ୱନିରେ ଗୁଞ୍ଜରଣ ହୋଇଥିଲା, ବିକ୍ରମ-1 ସହିତ ଭାରତ ଅନ୍ତରୀକ୍ଷର ଦୁନିଆରେ ନିଜର ପ୍ରଥମ ପ୍ରାଇଭେଟ କାମର୍ସିୟାଲ ରକେଟ କୁ ସ୍ଥାପନା କରିବାରେ ସଫଳ ହୋଇଛି l ଏଭଳି କାର୍ଯ୍ୟକୁ ସଫଳତାର ସହିତ କରିବାରେ ଭାରତ ହେଉଛି ଦୁନିଆର ତୃତୀୟ ଦେଶ l
ଶନିବାର ଜୁଲାଇ ୧୮ ତାରିଖ ଦିନ ୧୨ଟା ୫ ମିନିଟ ସମୟ ରେ ବିକ୍ରମ-1 କୁ ଉତ୍କ୍ଷେପଣ କରାଯାଇଥିଲା, ଦେଖୁଦେଖୁ ଦ୍ରୁତ ବେଗରେ ରକେଟ ଟି ଅନ୍ତରୀକ୍ଷ ଆଡକୁ ମାଡିଚାଲିଥିଲା, ସ୍କାଇ ରୁଟ ର ମିଶନ ପ୍ରୋଫାଇଲ୍ ର ସୂଚନା ଅନୁସାରେ ନିକରମ-1 ଲଂଚିଙ୍ଗ ପରେ ଖୁବ ଦ୍ରୁତ ବେଗରେ ଅନ୍ତରୀକ୍ଷ ଆଡକୁ ମାଡି ଯାଇଥିଲା ଏବଂ ନିଜର ଦ୍ଵିତୀୟ ଚରଣ ଯାହାର ନାମ kalam -250 ଅଟେ, ନିଜର ମୁଖ୍ୟ ଉର୍ଜା ସମାପ୍ତ ହେବା ପରେ ମୁଖ୍ୟ ରକେଟ ରୁ ନିଜକୁ ଅଲଗା କରିଥିଲା, କାଲାମ -250 ର କାମ ହେଲା ରକେଟକୁ ଅନ୍ତରୀକ୍ଷ କୁ ଉତ୍କ୍ଷେପଣ କରିବା, ଏବଂ ଏହାପରେ ନିଜ କକ୍ଷପଥରେ ପହଂଚିବାରେ ସଫଳ ହୋଇଥିଲା l
ଏହାପରେ ତୃତୀୟ ଚରଣ ରେ ସଫଳତା ପୂର୍ବକ ଅନ ହୋଇଯାଇଥିଲା, ଏହି ତୃତୀୟ ଚରଣ ର ନାମ ଥିଲା କାଲାମ-100, ଯାହାକି ଏହି ରକେଟ ର ସବୁଠୁ ଛୋଟ ଅଂଶ ଏବଂ ଯାହାକି ବିକ୍ରମ-1କୁ ଅନ୍ତରୀକ୍ଷ ରେ ପୁସ କରିବାରେ ସାହାଯ୍ୟ କରିବ l ପ୍ରତ୍ୟେକ ସୋପାନ କୁ ବିକ୍ରମ-1 ଖୁବ ସତର୍କତା ର ସହିତ ପ୍ରବେଶ କରି ସଫଳ ହୋଇପାରିଛି l
