ଆନ୍ଧ୍ର ପ୍ରଦେଶ ରୁ ଆସିଛି ନୂଆ କୋଭିଡ ଆକ୍ରାନ୍ତ ମାମଲା, ୨୬ ଜୁନ ରୁ ୧୬ ଜୁଲାଇ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୪ ଜିଲାରୁ କରୋନା ର ନୂଆ ରୋଗୀ ଙ୍କ ମାମଲା ସାମ୍ନାକୁ ଆସିଛି, ଏହି ସମୟରେ ୪ ରୋଗୀ ମୃତ୍ୟୁବରଣ କରି ସାରିଛନ୍ତି l କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ l

ବର୍ତମାନ ସୁଧା ସାରା ଦେଶରେ ୩୩୯ ଜଣ କରୋନା ରୋଗରେ ପ୍ରଭାବିତ ହୋଇ ସାରିଛନ୍ତି, ବିଶେଷ ଭାବରେ ଦକ୍ଷିଣ ଭାରତର ରାଜ୍ୟ ଗୁଡିକ ପ୍ରଭାବିତ ହୋଇଛନ୍ତି l ଯେପରିକି କେରଳ, କର୍ଣ୍ଣାଟକ, ତାମିଲନାଡୁ, ଏବଂ ପଶ୍ଚିମ ରେ ମହାରାଷ୍ଟ୍ର, ଉତ୍ତରରେ ଦିଲ୍ଲୀ ଓ ରାଜସ୍ଥାନ ଏବଂ ଆଣ୍ଡାମାନ ନିକୋବର ମଧ୍ୟ ଚିହ୍ନଟ ହୋଇଛନ୍ତି କରୋନା ରୋଗୀ l

ଏହି ସବୁ ରୋଗରେ ପୀଡିତ ବ୍ୟକ୍ତି ରୁହନ୍ତୁ ସାବଧାନ -:

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ପୂର୍ବରୁ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ , ଲଙ୍ଗସ ସମ୍ବନ୍ଧିତ ସମସ୍ୟା ଓ କିଡ୍ନୀ ଜନିତ ସମସ୍ୟାରେ ସେମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ l

କିପରି ରହିବେ ସତର୍କ ?

– ପୂର୍ବଭଳି ମାସ୍କ ଅନିର୍ବlଜ୍ୟ
– ଉପରୋକ୍ତ ରୋଗରେ ପୀଡିତ ବ୍ୟକ୍ତି ଗହଳୀ ସ୍ଥାନକୁ ଯିବା ମନା
– ବାହାରୁ ଆସିବା ପରେ ସାନିଟାଈଜ ନିହାତି ହୁଅନ୍ତୁ
– ପ୍ରତିଦିନ ଚିକିତ୍ସା ହେଉଥିବା ରୋଗର ଔଷଧ ସେବନ କରନ୍ତୁ
– ନିଜର ଖାଇବା ପିଇବା ଠିକ ରଖନ୍ତୁ
– ଛାତିରେ ଯନ୍ତ୍ରଣା ଅନୁଭବ କଲେ, କିମ୍ବା ଦେହ ଅସ୍ବସ୍ତି ଲାଗିଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l