ବଲୁଚିସ୍ଥାନ ରେ ପାକିସ୍ଥାନ ର ସୁରକ୍ଷାକୁ ନେଇ ଆହ୍ୱାନ ସୃଷ୍ଟି ହୋଇଯାଇଛି, ବଳୁଚ ଲିବରେସନ ଆର୍ମି ଲଗାତାର ପାକିସ୍ଥାନ ଆର୍ମି କୁ ଟାର୍ଗେଟ କରିଆସୁଛି, ବର୍ତମାନ BLA ବା ବଳୁଚ ଲିବରେସନ ଆର୍ମି ଦାବି କରିଛି ଯେ ମାନସ୍ତୁର ଅଂଚଳରେ ପାକିସ୍ଥାନ ଆର୍ମି ଉପରେ ବଡ଼ ଆକ୍ରମଣ ହୋଇଛି, ଯେଉଁଥିରେ ୪୫ ପାକିସ୍ଥାନୀ ଆର୍ମି ଙ୍କର ମୃତ୍ୟୁ ହୋଇଛି l
BLA ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ଘଟାଇଛନ୍ତି ‘ ଫତହ ସ୍କ୍ୱାଡ଼ ‘ ଏବଂ ଯେତେବେଳେ ପାକିସ୍ଥାନୀ ସେନାଙ୍କୁ ନେଇ ଗୋଟିଏ ବସ ଯାଉଥିଲା ଠିକ ସେତିକିବେଳେ BLA ଏହି ଆକ୍ରମଣ କରିଥିଲା l
ସୂଚନା ଯୋଗ୍ୟ ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟପକ୍ଷ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଏହି ଆକ୍ରମଣ ସମୟରେ ୪୫ ରୁ ଉର୍ଧ୍ଵ ସୈନିକ ମୃତ୍ୟୁ ବରଣ କରିଥିଲେ ଏବଂ ୧୨ ରୁ ଅଧିକ ପାକିସ୍ଥାନୀ ସୈନ୍ୟ ଆହତ ହୋଇଛନ୍ତି l BLA କହିଛି ଯେ ସଂଘର୍ଷ ଜାରି ରହିଥିବା କାରଣରୁ ମୃତକଙ୍କ ସଂଖ୍ୟା ବଢିପାରେ l
କିନ୍ତୁ ଏହି ଘଟଣାକୁ ନେଇ ପାକିସ୍ଥାନୀ ସରକାର, ପାକିସ୍ଥାନୀ ସେନା ପକ୍ଷରୁ କୌଣସି ଖବର ଆସିନାହିଁ l ଗତ କିଛିଦିନ ହେଲା BLA ପକ୍ଷରୁ ପାକିସ୍ଥାନ ସରକାରୀ ପ୍ରତିଷ୍ଠାନ, ପାକିସ୍ଥାନୀ ସେନା ସରଞ୍ଜାମ, ଅର୍ଧ ସୈନିକ ବଳ ଙ୍କ ଉପରେ ଲଗାତାର ଆକ୍ରମଣ କରି ଆସୁଛି BLA L ,ଏହାଦ୍ୱାରା ଦେଶରେ ଉତେଜନା ଲାଗି ରହିଛି l
