କନ୍ଧମାଳ, ତା, ୨୩/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ୧୩୨ କେଭି ଭଞ୍ଜନଗର–ଫୁଲବାଣୀ OPTCL ବିଦ୍ୟୁତ୍ ଲାଇନ୍ର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆସନ୍ତା ଶନିବାର, ଅକ୍ଟୋବର ୨୪ ତାରିଖରେ ସମଗ୍ର କନ୍ଧମାଳ ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏହି ଦିନ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବାକୁ ଥିବାରୁ ଜିଲ୍ଲାବାସୀଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି କରି ରଖିବାକୁ ପଡ଼ିବ। ବିଦ୍ୟୁତ୍ ଲାଇନ୍ର ରକ୍ଷଣାବେକ୍ଷଣ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଏହି ବିଦ୍ୟୁତ୍ କାଟ୍ କରାଯାଉଥିବା ବିଷୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
