Odisha news

ଜଙ୍ଗଲ ରେ ଚାଲିଥିବା ଜୁଆ ଆଡ୍ଡା ରେ ଚଢ଼ାଉ : ଦୁଇ ଗିରଫ, ଟଙ୍କା ସହ ୫ ବାଇକ ଜବତ 

0
ବାଲିଗୁଡା, ତା, ୦୮/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତର ଆଡକି ଜଙ୍ଗଲରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହୋଇଥିବା ଏହି ଆକସ୍ମିକ ଚଢ଼ାଉରେ ପୋଲିସକୁ ଏକ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଡକି ଜଙ୍ଗଲ ଭିତରେ ଦୀର୍ଘ ଦିନ ହେବ କିଛି ଅସାମାଜିକ ବ୍ୟକ୍ତି ଏକତ୍ରିତ ହୋଇ ବେଆଇନ ଭାବେ ଜୁଆ ଖେଳର ଆସର ଜମାଉଥିଲେ । ଏ ନେଇ ଦାରିଙ୍ଗବାଡି ଥାନା ଅଧୂକାରୀ ସଂଗ୍ରାମ କେଶରୀ ଜେନା ଙ୍କୁ ଏକ ବିଶ୍ବସ୍ତ ସୂତ୍ରରୁ ଗୁପ୍ତ ସୂଚନା ମିଳିବା ପରେ  ପୋଲିସର ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ ହୋଇ ଜଙ୍ଗଲ ଚାରି ପାଖକୁ ଘେରାବନ୍ଦୀ କରିଥିଲେ। ପୋଲିସ ହଠାତ୍ ଚଢ଼ାଉ କରିବାରୁ ଜୁଆଡ଼ି ମାନଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୋଲିସ ସତର୍କତାର ସହ ୨ ଜୁଆଡ଼ି ପାଟ୍ଟା ଗ୍ରାମ ର ବିଭୁ ଦିଗାଲ ଏବଂ ଦଣ୍ଡିମା ଗ୍ରାମର ବିମଳ ପ୍ରଧାନ ଙ୍କୁ ଓ ଉକ୍ତ ଆଡ୍ଡା ରୁ ନଗଦ ୬୫୦୦ ଟଙ୍କା, ଜୁଆ ଖେଳ ସାମଗ୍ରୀ, ମୋବାଇଲ୍ ଫୋନ୍ ଏବଂ ୪ ଗୋଟି ମୋଟର ସାଇକେଲ ଓ ଏକ ସ୍କୁଟି ମଧ୍ୟ ଜବତ କରାଯାଇ ଥିବା ଥାନା ଅଧୂକାରୀ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି ।ଏନେଇ ପୋଲିସ ପକ୍ଷରୁ ମାମଲା ନଂ. ୧୭୫/୨୬ ପ୍ରକାରେ ରୁଜୁ କରାଯାଇ ଅନ୍ୟ ପଳାତକ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ଜଙ୍ଗଲ ଭିତରେ ଲୁଚିଛପି ଚାଲିଥିବା ଏହି କାରବାରର ପର୍ଦାଫାଶ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ପୋଲିସର ଏହି ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ଶ୍ରାନିକେତା ପଞ୍ଚାୟତର ସାଧାରଣ ଜନତା ଏବଂ ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି। ବର୍ତ୍ତମାନ ପୋଲିସ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ଥାନାରେ ଅଟକ ରଖି ଅଧିକ ତଥ୍ୟ ଆଦାୟ କରିବା ସହ ଏହି ଗ୍ୟାଙ୍ଗ୍ ସହ ଅନ୍ୟ କେଉଁମାନେ ସଂପୂକୁ ଅଛନ୍ତି, ସେ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି ।
IEC 2 years
Leave A Reply