Odisha news

ପଶ୍ଚିମବଙ୍ଗ ରେପ୍ – ହତ୍ୟା ଆରୋପି କୁ ଏନକାଉଣ୍ଟର

0
ପଶ୍ଚିମବଙ୍ଗ ରେପ୍ – ହତ୍ୟା ଆରୋପି କୁ ଏନକାଉଣ୍ଟର
ପୋଲିସ କଲା ଜଣେ ଅଭିଯୁକ୍ତର ଏନକାଉଣ୍ଟର
କ୍ରାଇମଶୀନ ରୀ-କ୍ରିଏସନ ସମୟରେ ଖସି ପଳାଉଥିଲା ଅଭିଯୁକ୍ତ
ପୋଲିସ ଗୁଳିରେ ବଲାତ୍କାରୀ ହେଲା ନିହତ

ପଶ୍ଚିମବଙ୍ଗ ର ବରୁଇ ପୁର ରେ ୧୨ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରିଥିବା ଆରୋପି ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟର ରେ ମୃତ୍ୟୁବରଣ କରିଛି, କ୍ରାଇମ ସିନ ରିକ୍ରିଏସନ କରିବା ସମୟରେ ପୋଲିସ ନିକଟରୁ ବନ୍ଧୁକ ଛଡାଇ ଫାଇରିଂ କରିଥିଲା, ଯାହାପରେ ପୋଲିସ ପୋଲିସ ଗୁଳି ରେ ନିହତ ହୋଇଥିଲା l

ବରୁଇପୁର ଏସପି ମେଡିଆ କରନଫରେନ୍ସ କରି କହିଛନ୍ତି ଯେ ବରୁଇ ପୁର ରେପ – ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ର ପୋଲିସ ଏନକାଉଣ୍ଟର ରେ ମୃତ୍ୟୁ ହୋଇଛି, କ୍ରାଇମ ସିନ ରୀକ୍ରିଏସନ ସମୟରେ ସେ ପୋଲିସ ନିକଟରୁ ବନ୍ଧୁକ ଛଡାଇ ଗୁଳି କରିବା କାରଣରୁ ପୋଲିସ ନିଜ ସୁରକ୍ଷା ପାଇଁ ଗୁଳି ଚଳାଇଥିଲା ଯେଉଁଥିରେ ପ୍ରଭାସ ଆହତ ହୋଇଥିଲା ଏବଂ ହସ୍ପିଟାଲ ରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ l

ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବରୁଇ ପୁର ରେ ଜୁଲାଇ ୫ତାରିଖ ଦିନ ଗୋଟିଏ ୧୨ ବର୍ଷର ଝିଅର ଶବ କୁ ଗୋଟିଏ ପୋଖରୀ ରୁ ଉଦ୍ଧାର କରାଯାଇଥିଲା, ପରିଜନ ଙ୍କ କହିବା ଅନୁସାରେ ପୀଡିତା ର ବଳାତ୍କାର ପରେ ହତ୍ୟା କରିଦିଅ ଯାଇଥିଲା, ଏହି ମାମଲାର ଯାଞ୍ଚ ପାଇଁ ଶୁଭେନ୍ଦୁ ସରକାର ଗୋଟିଏ SIT ଟିମ ଗଠନ କରିଥିଲେ, ପୀଡିତା ଜଣଙ୍କ ଜୁଲାଇ ୪ ତାରିଖ ସନ୍ଧ୍ୟା ୬ ଟା ସମୟରେ ନିରୁଦ୍ଧିଷ୍ଟ ଥିଲେ, ଏବଂ ପରଦିନ ତାର ଶବ ବରୁଇପୁର ର ଗୋଟିଏ ପୋଖରୀ ରେ ଭାସୁଥିବାର ମିଳିଥିଲା l

ଏହି ମାମଲାରେ ଯଂଛି କରୁଥିବା ଟିମ କୁ କିଛି ଡିଜିଟାଲ ପ୍ରମାଣ ମିଳିଥିଲା, ଏବଂ ଏହି ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ଙ୍କ  ମୋବାଇଲ ଲୋକେସନ ଜୁଲାଇ ୪ ସନ୍ଧ୍ୟା ୪ଟା ୩୦ ମିନିଟ ରୁ ରାତି ୧୧ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଥିବାର ପ୍ରମାଣ ମିଳିଛି, ଏବଂ ଏହି ସମୟ ସେହି ବରୁଇପୁର ର ପୋଖରୀ ନିକଟରେ ଦେଖାଉଚି l

ଘଟଣା ଯାହା ବି ହୋଇଥାଉ ଲୋକେ କହୁଛନ୍ତି ଜଣେ ବଳାତ୍କାରୀ କୁ ଏଭଳି ଦଣ୍ଡ ମିଳିବ ଜରୁରୀ l ନଚେତ ଦେଶରେ ଅପରାଧ ଅଧିକ ବଢ଼ିଯିବ l

IEC 2 years
Leave A Reply