Odisha news

ବାରଙ୍ଗ ରେ ହତ୍ୟା : ଶୋଇବା ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

0
ବାରଙ୍ଗ :  ବାରଙ୍ଗ ରେ ମହିଳା ଙ୍କୁ ହତ୍ୟା ।ଶୋଇବା ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ବାରଙ୍ଗ ଥାନା ପୋଲିସ । ମୃତ ମହିଳା ଜଣକ ୬୦ ବର୍ଷୀୟା ସୁଚିତ୍ରା ସାହୁ ।ଏହି ଘଟଣା ବାରଙ୍ଗ ଥାନା ଅଧିନସ୍ଥ ମଧୁପୁର ଗ୍ରାମରେ ମଙ୍ଗଳବାର ବିଳମ୍ଭିତ ରାତିରେ  ମହିଳାଙ୍କୁ ତାଙ୍କ ଶୋଇବାଘରେ ବିଭସ୍‌ଭାବେ ହତ୍ୟା କରାଯାଇଥିବାର ସୋମବାର ସକଳେ ଜଣାପଡିଛି ।ରକ୍ତଜୁଡୁବୁଡୁଅବସ୍ଥାରେ ତାଙ୍କ ମୃତଦେହ ଖଟଉପରେ ପଡିଥିବାବେଳେ ପୋଲିସ ସାଇନ୍‌ଟିଫିକ୍ ଟିମ୍ ସହ ସନ୍ଧାନୀକୁକୁରକୁ ସାଙ୍ଗରେ ନେଇ ତଦନ୍ତ ଆରମ୍ଭ କରିଛି । ପ୍ରକାସଯେ, ମଧୁପୁର ଗ୍ରାମର ଚତୁର୍ଭୁଜସାହୁଙ୍କ ଧର୍ମପତ୍ନୀ ସୁଚିତ୍ରା ସବୁଦିନଭଳି ମଙ୍ଗଳବାରରାତିରେ ତାଙ୍କ ରୁମରେ ଶୋଇବାକୁଯାଇଥିଲେ ।ପୁଅ ସରୋଜ ଅଷ୍ଟମି ପାଇଁ ଭଉଣୀଘର  ବ୍ରହ୍ମପୁରକୁ ଯାଇ ଫେରିନଥିବାରୁ ପ୍ରାୟ ୧ବର୍ଷତଳେ ବିବାହ ହୋଇଥିବା ବୋହୁକୁ ଏକୁଟିଆ ନଶୋଇ ପାଖରେ ଶୋଇବାପାଇଁ ଡାକିଥିଲେ ।ଉଭୟ ଶାଶୁଙ୍କ ରୁମ୍ ରେ ଶୋଇଥିଲେ ।ଶୋଇବାପରେ ଶାଶୁ ଘୁଘୁଁଡିମାରିବାରୁ ବୋହୁ ତାଙ୍କ ରୁମ କୁ ଆସି ଏକୁଟିଆ ଶୋଇଥିଲେ । ସକାଳେ ଶାଶୁ ରକ୍ତାତ ଅବସ୍ଥାରେ ତାଙ୍କ ବେଡରୁମରେ ମରିପଡିଥିବା ବିଷୟରେ ବୋହୁ ଆସି ଅନ୍ୟଏକ ଘରେ ଶୋଇଥିବା ଶଶୁରଙ୍କୁ ସୁଚନାଦେଲେ ବୋଲି ଶଶୁର ଚର୍ତୁଭୁଜ ପୋଲିସ ଆଗରେ କହିଛନ୍ତି ।ଅନ୍ୟପଟେ ସରୋଜ ତାଙ୍କ ମାକୁ ହତ୍ୟା କରାଯାଇଥିବାନେଇ ଦାରୁଠେଙ୍ଗଗ୍ରାମର ହୃଷିକେଶ ଶ୍ରିଚନନ୍ଦନଙ୍କୁ ବଢିଭୋର ସମୟରେ ଜଣାଇବାପରେ  ସେ ବାରଙ୍ଗଥାନାରେ ଲିଖିତ ଅଭିଯୋଗ କରିଥିଲେ ।ବାରଙ୍ଗଥାନା ଅଧିକାରୀ ଆକାଶଚନ୍ଦ୍ରରଣା ସଦଳବଳେ ସାଇଟିଫିକଟିମ୍ ଓ ସନ୍ଧାନୀକୁକୁର ସହ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ ।ମୃତ ସୁଚିତ୍ରା ଶୋଇବାଘର ଖଟଉପରେ ମୁଣ୍ଡକେଶ ଖୋଲା ରହିଥିବାବେଳେ  ରକ୍ତାତ ଅବସ୍ଥାରେ ମୁହଁମାଡିଶୋଇଥିବାର ଦେଖିବାକୁ ମିଳିଥିଲା ।ତାଙ୍କ ମୁଣ୍ଡରେ ଶକ୍ତଆଘାତ ଲାଗିଥିବାବେଳେ ହାତ ଓ ଅନ୍ୟସ୍ଥାନରେ ସାମାନ୍ୟ ଆଘାତର ଚିହ୍ନ ରହିଥିଲା । କାନ୍ଥରେ ତକ୍ତଛିଟା,ଚଟାଣରେ ରକ୍ତର ପାଦଚିହ୍ନ ଓ ଖଟଉପରେ ଦୁଇହାତରେ ଲଗାଇଥିବା କାଚ ଭାଙ୍ଗି ପଡିଥିବା ସହ ସଢିଘରରକବାଟ ମଧ୍ୟ ଖୋଲାଥିବାର ପୋଲିସ ଦେଖିବାକୁ ପାଇଥିଲେ ।
Leave A Reply