ଅସ୍ତରଙ୍ଗ,,ତାମିଲନାଡୁ ଓ ଆନ୍ଧ୍ର ଉପକୂଳ ରେ ବ୍ୟତ୍ୟା ର ତାଣ୍ଡବ ଲାଗି ରହିଥିବା ବେଳେ,ଓଡ଼ିଶା ଉପକୂଳ ରେ ତାର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷକରି ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଉପକୂଳ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଝିପି ଝିପି ରାତିସାରା ଲାଗି ରହିଥିଲେ ମଧ୍ୟ, ବୁଧବାର ସକାଳୁ ତୁହାକୁ ତୁହା ବର୍ଷା ସାଂଗକୁ ପବନ ବୋହୂ ଥିବାରୁ ବହୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ଆହୁରି ମଧ୍ୟ ବହୁ ଚାଷୀ କ୍ଷେତରେ ପାଚିଥିବା ଧାନ କୁ ବର୍ଷା ହୋଇଥିଲେ ବି ,ତାହାକୁ ଖାତିର ନ କରି ଅମଳ କରିଥିବାର ନଜର କୁ ଆସିଅଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସଜୀବୀ ମାନେ ସମୁଦ୍ର ଭିତରକୁ ନ ଯିବାପାଇଁ ବାରଣ କରା ଯାଇଅଛି । ଶୀତ ଆଜି ପର୍ଯ୍ୟନ୍ତ୍ ଆସି ନଥିବାବେଳେ,ବର୍ଷା ଓ କୋହଲା ପବନ ବହିବାରୁ ଟିକେ ଶୀତ ଅନୁଭୂତ ହେଉ ଥିବାର ଦେଖା ଦେଇଛି । ବର୍ଷା ସହ ପବନ ବୋହି ବାରୁ,ଥଣ୍ଡା ନେଇ ଗାଈ ଗୋରୁ ପଦାକୁ ବାହାରି ପାରୁ ନ ଥିବା ବେଳେ,ଜଣ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି । ବ୍ଲକ ପ୍ରଶାସନ ତରଫରୁ ସମ୍ଭ୍ୟାବ ବ୍ୟାତ୍ୟା ନେଇ ଆଗୁଆ ପ୍ରସ୍ତୁତି ରହିବାକୁ ଡାକ ବାଜି ଯନ୍ତ୍ର ଯୋଗେ ଜଣାଇ ଦିଆ ଯାଇ ଅଛି ।