Odisha news

ଆଗକୁ ଆସୁଛି ଗଣେଶ ପୂଜା  ଆସନ୍ତୁ ଜାଣିବା କଳିଯୁଗ ରେ କେଉଁ ରୂପରେ ଗଜାନନ ନେବେ ଅବତାର  

0
ବିଷ୍ଣୁ ପୁରାଣ ରେ ଯେପେରି ଭଗବାନ ବିଷ୍ଣୁ ଙ୍କ କଳ୍କୀ ଅବତାର ବିଷୟରେ କୁହାଯାଇଛି ସେହିଭଳି ଗଣେଶ   ପୁରାଣ ରେ ମଧ୍ୟ କୁହାଯାଇଛି ଯେ ପ୍ରଭୁ ଶ୍ରୀଗଣେଶ କଳିଯୁଗ ରେ ପୃଥିବୀ ରୁ ପାପର ଭାର ହ୍ରାସ କରିବା ପାଇଁ ଅବତାର ନେବେ l ଆସନ୍ତୁ ଏହି ବିଷୟରେ ବିସ୍ତାର ଭାବରେ ଜାଣିବା l

* ଯେତେବେଳେ ବ୍ରାହ୍ମଣ ମାନେ ଜପ ତପ ବେଦ ଅଧ୍ୟୟନ ରୁ ଦୂରେଇ ରହିବେ , ଅନ୍ୟ କର୍ମ ରେ ନିଜକୁ ନିୟୋଜିତ ରଖିବେ , ପୂଜା ଭଳି ପବିତ୍ର  କର୍ମ ଠାରୁ ଦୂରେଇ ରହିବେ ,  ସେତେବେଳେ  ଶ୍ରୀଗଣେଶ କଳିଯୁଗ ରେ ଅବତାର ନେବେ l

* ଗଣେଶ ପୁରାଣ ରେ କୁହାଯାଇଛି ଯେତେବେଳେ ମଣିଷ ଲୋଭ ରେ ପଡି ଜଣେ ଅନ୍ୟ ଜଣଙ୍କୁ ଧୋକା ଦେବ , ଏପରିକି ବିଦ୍ୱାନ ଓ ଧାର୍ମିକ ଲୋକ ଧନ ରୋଜଗାର କରିବା ଆଶାରେ ମୂର୍ଖ ହୋଇଯିବେ , ଲୋକେ ଅନ୍ୟର ସ୍ତ୍ରୀ ଉପରେ ଖରାପ ଦୃଷ୍ଟି ରଖିବେ , ଓ ବଳବାନ ଲୋକ ଦୁର୍ବଳ ବ୍ୟକ୍ତି କୁ ହଇରାଣ କରିବେ , ପୃଥିବୀ ରୁ ଅନ୍ୟାୟ ର ବିନାଶ କରିବା ପାଇଁ ଶ୍ରୀଗଣେଶ ଅବତାର ନେବେ l

* ଗଣେଶ ପୁରାଣ ଅନୁସାରେ ଯେତେବେଳେ ଦେବତା ମାନଙ୍କ ସ୍ଥାନରେ ଦଇତ୍ୟ ମାନଙ୍କର ପୂଜା ହେବ , ଲୋକେ ଧର୍ମର ରାସ୍ତା ଛାଡି ଅଧର୍ମ ରାସ୍ତାରେ ଯିବେ , ନିଜ ଲୋଭ କୁ ପୂରଣ କରିବା ପାଇଁ ଦେବତା ଙ୍କ ସ୍ଥାନରେ ଅସୁରୀୟ ଶକ୍ତି ଙ୍କ ପୂଜା କରିବେ , ସେତେବେଳେ କଳିଯୁଗ ରେ ଶ୍ରୀଗଣେଶ ଅବତାର ନେବେ l

* ଗଣେଶ ପୂରଣ ଅନୁସାରେ ଯେତେବେଳେ କଳିଯୁଗ ରେ ସ୍ତ୍ରୀ ମାନଙ୍କ ମଧ୍ୟରେ ଆସିଯିବ ଅବଗୁଣ,  ନାରୀ ହେବ ବିପଥଗାମୀ , ନାରୀ ମାନେ ଗୁରୁଜନ ଙ୍କ ଅବମାନନା କରିବେ , ସେହି ସମୟରେ ଭଗବାନ ଗଣେଶ ଅବତାର ନେବେ l

କଳିଯୁଗ ରେ ଶ୍ରୀଗଣେଶ ଙ୍କ ଅବତାର ନାମ କଣ ରହିବ ? -:
ଶ୍ରୀଗଣେଶ ଙ୍କ ର କଳିଯୁଗ ରେ ଯେଉଁ ଅବତାର ରହିବ ତର ନାମ ରହିବ ” ଧୂମ୍ର କେତୁ ” l କଳିଯୁଗ ରେ ପାପ ର କ୍ଷୟ କରିବା ପାଇଁ ଭଗବାନ ଶ୍ରୀଗଣେଶ ଏହି ଅବତାର ନେବେ l ଏହି ଭବିଷ୍ୟବାଣୀ ଗଣେଶ ପୁରାଣ ରେ କରାଯାଇଛି l

Nalco
Leave A Reply