ବାଙ୍କୀ, କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତରେ ନୂଆଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିତ ଏହି ଗ୍ରାମର ହରେକୃଷ୍ଣ ରାଉତଙ୍କ ଅଢେଇବର୍ଷର ପୁଅ ସାଇ ପ୍ରକାଶ ରାଉତ ଗତରାତିରେ ଘରେ ଖେଳୁଥିବା ବେଳେ ଷ୍ଟିଲ ଗରା ଭିତରେ ଖେଳିବା ବେଳେ ଫସି ରହିଥିଲା । ଆଉ ବାହାରକୁ ବାହାରି ନ ପାରି ଚିତ୍କାର କଲା । ପରିବାର ଲୋକେ ବହୁ ଚେଷ୍ଟା ପରେ ବାହାର ନକରିପାରି ବାଙ୍କୀ ଅଗ୍ନିଶମ ସେବା ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ଗରାକୁ କାଟି ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ । ଶିଶୁଟି ସୁସ୍ଥ ଅବସ୍ଥାରେ ଥିବା ପରିବାର ସୂତ୍ରରୁ ପ୍ରକାଶ ।