Odisha news

ନଷ୍ଟ ହୋଇଗଲା ନୀଳଗିରି ଜଗନ୍ନାଥଙ୍କ ହୁଣ୍ଡିରେ ଥିବା ଟଙ୍କା

0

ନୀଳଗିରି-ତୃତୀୟ ଶ୍ରୀକ୍ଷେତ୍ରଭାବେ ପରିଚିତ ନୀଳଗିରିସ୍ଥିତ ଜଗନ୍ନାଥଙ୍କ ମନ୍ଦିରର ଦାନ ହୁଣ୍ଡିରେ ପଡ଼ିଥିବା ଟଙ୍କା ମଧ୍ୟରୁ ଅଧିକାଂଶ ଟଙ୍କା ନଷ୍ଟ ହୋଇଯାଇଥିବା ଘଟଣାର ଭିଡ଼ିଓ ମୋବାଇଲ୍ରେ ଭାଇରାଲ ହେବାପରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତକାଲି ଏଜି ଓଡ଼ିଟ୍ ଅଫିସରୁ ୪ଜଣ ଅଧିକାରୀ, ଦେବୋତ୍ତର ବିଭାଗ ଅଫିସରୁ ୨ଜଣ ଅଧିକାରୀ ଓ ନୀଳଗିରି ଠାକୁର ମାହାଲ ଅଧିକାରୀ ଦାୟିତ୍ୱରେ ଥିବା ଏନ୍ଏସି ଅଧିକାରୀ ରତନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୀଳଗିରି ଜଗନ୍ନାଥ ମନ୍ଦିରରେ ଥିବା ହୁଣ୍ଡି ବାକ୍ସ ଖୋଲାଯାଇଥିଲା । ଦୀର୍ଘ ଦେଢବର୍ଷ ପରେ ଖୋଲାଯାଇଥିବା ଏହି ହୁଣ୍ଡିବାକ୍ସରେ ୧ଲକ୍ଷ ୪୫ ହଜାରରୁ ଅଧିକ ଟଙ୍କା ମିଳିଥିବା ବେଳେ ସେହି ଟଙ୍କା ମଧ୍ୟରୁ ଅଧିକାଂଶ ଟଙ୍କା ନଷ୍ଟ ହୋଇଯାଇଛି । ସ୍ଥାନୀୟ ପ୍ରଶାସନର ଅପାରଗତା ଓ ଅବହେଳା ପାଇଁ ଏପରି ଘଟଣା ଘଟିଲା ଭଳି କିଛି ଭକ୍ତ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply