Odisha news

କୋଣାର୍କ ର ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ଉପରେ ଚଢାଉ;ପଲିଥିନ ଜବତ ଓ ଜୋରିମାନା ଆଦାୟ ।

0

କୋଣାର୍କ- ପୁରୀ ଜିଲ୍ଲାପାଳ ଶୀ୍ର ବଲ୍ଲବନ୍ତ ସିଂଙ୍କ ନିଦେ୍ର୍ଧଶ ମୁତାବକ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ପୁରା ଆକ୍ସନ ମୁଡରେ କାର୍ଯ୍ୟ କରୁଥିବା ଜଣାପଡିଛି । କୋଣାର୍କ କୁ ସଂପୂର୍ଣ୍ଣ ଆବର୍ଜନା ମୁକ୍ତ ଓ ପଲିଥିନ ମୁକ୍ତ କରିବା ପାଇଁ ପୁôରୀ ଜିଲ୍ଲାପାଳ ଶୀ୍ର ସିଂ ନିଦେ୍ର୍ଧଶ ଦେଇଥିଲେ ତଦନୁଯାୟୀ ଏନ.ଏ.ସିର କର୍ତୃପକ୍ଷ ଅଂଚଳକୁ ସମ୍ପୂର୍ଣ୍ଣ ପଲିଥିନ ଓ ଆବର୍ଜନା ମୁକ୍ତ କରିବାକୁ ଲାଗିପଡିଛନ୍ତି । କିନ୍ତୁ କିଛି ଅସାଧୁ ବ୍ୟବସାୟୀ ନିଜର ବ୍ୟବସାୟୀକ ଫାଇଦାପାଇଁ ଚୋରାରେ ପଲିଥିନ କାରବାର କରୁଥିବା କୋଣାର୍କ ନିର୍ବାହୀ ଅଧିକାରୀ ଶୀ୍ର ଏମ୍.ଶୀ୍ର ନିବାସ ଜାଣିବାପରେ ଶନିବାର ଦିନ ଅଚାନକ ଚଢାଉ କରି କୋଣାର୍କର ପ୍ରତିଷ୍ଠିତ ବ୍ୟବସାୟୀ ରମେଶ ଚନ୍ଦ୍ର ସାହୁଙ୍କ ସହ ଅନ୍ୟାନ୍ୟ ଦୋକାନୀମାନଙ୍କ ଠାରୁ ୩୫ କେଜିର ପଲିଥିନ ସହ ୧୪୦୦୦ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଆଗକୁ ଏହି ଚଢାଉ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ଏମ.ଶୀ୍ର ନିବାସ କହିବା ସହ ଯଦି କୌଣସି ବ୍ୟବସାୟୀଙ୍କ ଠାରୁ ପଲିଥିନ ଜବତ କରାଯାଏ ତାହାଲେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଟାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Govt
Leave A Reply