Odisha news

ସାଇକଲରେ ଦାମୋଦରଙ୍କ ବ୍ରହ୍ମପୁର ରୁ ଦିଲ୍ଲୀ ଯାତ୍ରା ବାର୍ତ୍ତା: ଚାରା ଲଗାଇଲେ ଧରା ହସିବ

0
ବ୍ରହ୍ମପୁର: ପରିବେଶ ସୁରକ୍ଷା, ଗଛ ଲଗାନ୍ତୁ ଜୀବନ ବଞ୍ଚନ୍ତୁ ଓ ଲଗାଇଲେ ଚାରା ହସିବ ଧରା ଭଳି ବାର୍ତ୍ତା ନେଇ ସାଇକଲରେ ବ୍ରହ୍ମପୁରରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ବ୍ରହ୍ମପୁର ଗୋସାଇନୁଆଗାଁ ର ସ୍ବେଛାସେବୀ ଦାମୋଦର ଆଚାରି । ଶନିବାର ସକାଳ 8ଟା ବେଳେ ଗିରି ରୋଡ଼ ସ୍ଥିତ ଗୋପବନ୍ଧୁ ଛକରୁ ଦାମୋଦର ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି ।  ଦିନକୁ 80 ରୁ 100 କିମି ଯାତ୍ରା କରି ସେ ଦିଲ୍ଲୀରେ 22 ରୁ 23 ଦିନ ଭିତରେ ପହଞ୍ଚିବେ ବୋଲି କହିଛନ୍ତି । ବ୍ରହ୍ମପୁରରୁ ଭୁବନେଶ୍ୱର, କଲକାତା, ଝାଡ଼ଖଣ୍ଡ, ବିହାର, ଉତ୍ତରାଖଣ୍ଡ ଦେଇ ଦିଲ୍ଲୀରେ ପହଂଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର ଲକ୍ଷ୍ୟ ରଖିଛନ୍ତି ଦାମୋଦର । ବାହାରି  ବିଭିନ୍ନ ରାଜ୍ୟ ର ପ୍ରମୁଖ ସହର ଦେଇ ସେ ଦିଲ୍ଲୀ ରେ ପହଞ୍ଚିବେ। ପୂର୍ବରୁ ଦାମୋଦର ଏଡ଼ସ ରୋଗ ସଚେତନତା ନେଇ ବ୍ରହ୍ମପୁର ରୁ ତିରୁପତି ଯାଇଥିଲେ । ଆଜିର ଏହି ସାଇକଲ ଯାତ୍ରା ପାଇଁ ବ୍ରହ୍ମପୁରର କିଛି ସହୃଦୟ ବ୍ୟକ୍ତିଙ୍କ ସମେତ ରାମହରି ନଗର ସରସ୍ୱତୀ ଶିଶୁ ମନ୍ଦିରର ଚତୁର୍ଥ ଶ୍ରେଣୀ ଛାତ୍ରୀ ସୁଦୀପ୍ତି ପ୍ରଧାନ ତାଙ୍କରି ନିଜସ୍ୱ ସଞ୍ଚିତ ଅର୍ଥକୁ ଶ୍ରୀ ଆଚାରୀ ଦାମୋଦରଙ୍କୁ ପ୍ରଦାନ କରିଛନ୍ତି। ଆଜି ସାଇକଲ ଯାତ୍ରାକୁ ସୁଦୀପ୍ତି ପତାକା ଦେଖାଇ ଉଦଘାଟନ କରିଥିଲେ । କାଯ୍ୟକ୍ରମରେ ବିଜେପି ଜିଲା ସଭାପତି ବିଭୁତି ଜେନା, ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଶୋଇ ଉପସ୍ଥିତ ଥିଲେ ।
Leave A Reply