Odisha news

ବହୁଦିନ ପରେ ରାୟଡ଼ଗାରେ ଅତ୍ୟାଧୁନିକ ସିନେମା ହଲର ଶୁଭାରମ୍ଭ

0

ରାୟଗଡା- ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ସହର ରାୟଗଡା । ଏଠାରେ ଆନ୍ଧ୍ର ପ୍ରଦେଶର ଢାଞ୍ଚାରେ ଲୋକଙ୍କ ଚଳନି ତେଣୁ ସିନେମା ଦେଖିବାକୁ ଆଗ୍ରହ ପ୍ରକାଶ କରନ୍ତି । ତେବେ ସହରରେ ଥିବା ଜଣାଶୁଣା ସିନେମା ହଲ ଉମାଶଙ୍କରର ନାମ ପରିବର୍ତନ କରାଯାଇ ଅତ୍ୟାଧୁନିକ ବ୍ୟବସ୍ଥା ଥାଇ ପିଏସଆର ସିନେମ ହଲର ନାମରେ ଶୁଭାରମ୍ଭ ହୋଇଯାଇଅଛି । ସିନେମା ହଲର ମାଲିକ ରାଜେଶ ଶର୍ମାଙ୍କ ମାଆ ପୁଷ୍ପା ଶର୍ମା ରିବନ କାଟି ଆନୁଷ୍ଠାନିକ ଭାବେ ଏହି ହଲର ଶୁଭଉଦଘାଟନ କରିଥିଲେ । ଗୋଟିଏ ହଲରେ ଏକା ସାଙ୍ଗରେ ଦୁଇଟି ସିନେମା ପ୍ରଦର୍ଶିତ ହୋଇପାରିବ । ଏଥି ନିମନ୍ତେ ହଲକୁ ସ୍ୱତନ୍ତ୍ର ଭାବେ ହଲକୁ ନିର୍ମାଣ କରାଯାଇଛି । ୧୯୦ ଏବଂ ୩୩୦ ସିଟ ବିଶିଷ୍ଟ ୨ଟି ହଲରେ ଦର୍ଶକ ସିନେମାର ମଜା ନେଇପାରିବେ ବୋଲି ହଲର ମାଲିକ ରାଜେଶ ଶର୍ମା ପ୍ରକାଶ କରିଥିଲେ । ବର୍ତମାନ ରାଜେଶ ଶର୍ମା ରାଉଲକେଲା, ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନା, ରାୟଗଡାରେ ନିଜର ସିନେମା ହଲ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଆଗକୁ ବ୍ରହ୍ମପୁର ଏବଂ ଜୟପୁର ମଧ୍ୟ ସିନେମା ହଲ ନିର୍ମାଣ କରିବା ପାଇଁ ଯୋଜନା ଥିବା ପ୍ରକାଶ କରିଛନ୍ତି । ସିନେମା ହଲର ଶୁଭଉଦଘାଟନ ଦିବସରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସିନେମା ଦେଖିବା ସହ ଏକ ଉନ୍ନତ ମାନର ସିନେମା ହଲ ନିର୍ମାଣ କରିଥିବା ଯୋଗୁ ଶ୍ରୀଶର୍ମାଙ୍କୁ ଶୁଭେଛା ଜଣାଇଥିଲେ ।

Leave A Reply