ବାଲିପାଟଣା ତା ୦୪/୦୧ : ଆଜି ଅପରାହ୍ନରେ ବନମାଳୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍ ଜୁବୁଲି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପୁରାତନ ଛାତ୍ର ସଂସଦ ପକ୍ଷରୁ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ର ମୁହଁରେ ହସ କେମିତି ଚାଲିଯାଏ। କାରଣ ବିଶ୍ୱକରଣ ପ୍ରଭାବରେ ସବୁ ପ୍ରକାର ଅଘଟଣ ସମ୍ଭବ ହୋଇଥାଏ ।ପୃଥିବୀ କୁ ସ୍ବର୍ଗ ବନାଇବାକୁ ହେବ।ସମସ୍ତେ ସମସ୍ତଙ୍କ ପ୍ରେମରେ ବନ୍ଧା।ଏହାକୁ କେହି ବିଛିନ୍ନ କରି ପାରିବେ ନାହିଁ।ମୁଖ୍ୟ ବକ୍ତା ବିଧାୟକ ତଥା ସମ୍ବାଦର ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କୌଣସି ଲୋକ ର କ୍ଷତି କରିବାକୁ ହେଲେ ତାର ଶିକ୍ଷା ବନ୍ଦ କରିଦିଅ ବୋଲି କହିଥିଲେ।ପଢିଥିବା ବିଦ୍ୟାଳୟ ର ଉନ୍ନତି ପାଇଁ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଉଦ୍ୟମ କରିବା ଉଚିତ୍ ବୋଲି କହିଥିଲେ। ସମ୍ମାନିତ ଅତିଥି ଜୟଦେବ ବିଧାୟକ ଡ୍ ଅରବିନ୍ଦ ଢ଼ାଲି ଯୋଗଦେଇ ଶିକ୍ଷା ଏକ ଜୀବନ ସଂଗ୍ରାମ,ଆମକୁ ଲଢି ଜିତିବାକୁ ହେବ।ପୁରାତନ ଛାତ୍ର ସଂସଦ ସଭାପତି ଭରତ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୋଲିସ୍ ଡି ଜି ତଥା ଦିନଲିପିର ସମ୍ପାଦକ ଓ ଅଭ୍ୟର୍ଥନା ସମିତି ଅଧକ୍ଷ ବଟକୃଷ୍ଣ ତ୍ରିପାଠୀ ସ୍ବାଗତ ଭାଷାନ ଦେଇଥିଲେ।ଏହି ଅବସରରେ ରାଜ୍ୟପାଳ ସ୍ମରଣିକା ପାନ୍ଥଶାଳା ର ଉନ୍ମୋଚନ କରିଥିଲେ।ବିଦ୍ୟାଳୟ ଛାତ୍ର ଛାତ୍ରୀ,ଶିକ୍ଷକଙ୍କ ସହିତ ପୁରାତନ ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।