Odisha news

ପାଞ୍ଚପୀଢ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆସନ୍ତା ହକି ବିଶ୍ୱକପ୍ ପାଇଁ ସଚେତନତା କାର୍ଯ୍ୟକ୍ରମ

0

panchpidha : ଆଗାମୀ ୧୩ ତାରିଖରୁ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲା ଠାରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେଵ। ଏହି ଉପଲକ୍ଷେ ପାଞ୍ଚପୀଢ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅଞ୍ଚଳର ଛାତ୍ରୀ ମାନଙ୍କ ମଧ୍ୟରେ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ହକି ବିଶ୍ୱକପ୍ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଣତି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ଦ୍ଵାରା ବାଲୁକା କଳା,ଝୋଟି ଓ ମୁରୁଜରେ ନିର୍ମିତ ଫଟୋଚିତ୍ର ଏବଂ ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ସହ ଛାତ୍ରୀ ମାନେ ପ୍ଲାକାର୍ଡ ଧରି ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ସୂଚନାଯୋଗ୍ୟ ଯେ ଆଗାମୀ ୭ ତାରିଖରେ ହକି ବିଶ୍ୱକପ୍ ଟ୍ରଫି ମୟୂରଭଞ୍ଜ ଜିଲ୍ଲାର ଚଢେଇଭୋଳ ଠାରେ ମୟୂରଭଞ୍ଜ ବାସୀଙ୍କ ଦେଖିବା ପାଇଁ ପ୍ରଵେଶ କରିବ ଏବଂ ତାକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସମାପ୍ତ ହୋଇଛି। ତେବେ କରଞ୍ଜିଆ ଠାରେ ମଧ୍ୟ ହକି ବିଶ୍ୱକପ୍ ର ଆନନ୍ଦ ଜ୍ବର ପରିଲକ୍ଷିତ କରିବା ଉଦ୍ଦେଶ୍ୟରେ ଆଜି କରଞ୍ଜିଆ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଉଦ୍ଦିପନା ଓ ଉଦ୍ୟମ ନିଶ୍ଚିତ ପକ୍ଷେ ହକି ଖେଳ ପ୍ରତି ଛାତ୍ରୀ ମାନଙ୍କ ଆଗ୍ରହ ପ୍ରକାଶ କରିବାରେ ପ୍ରେରଣା ବାର୍ତ୍ତା ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅନିଲ ଚାରୁଦର୍ଶି,ଅଧ୍ୟାପକ ଯଯାତି କେଶରୀ ମହାନ୍ତ, ଅଧ୍ୟାପିକା ମିଲାମଣି ମହାନ୍ତ,ବନଜା ନାଏକ,ରୀମା ସେଠୀ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ।

IEC 2 years
Leave A Reply