Odisha news

ବିଜେଡିରେ ଯୋଗଦେଲେ କତକଲା ଗ୍ରାମର ଯୁବଗୋଷ୍ଠୀ

0
ବୁଗୁଡ଼ା : ତା ୦୪/୦୧/୨୩ : ବୁଗୁଡ଼ା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ କତକଲା ଗ୍ରାମର ଏକ ଯୁବଗୋଷ୍ଠୀ ପୂର୍ବତନ ସରପଞ୍ଚ କବିରାଜ ଗୌଡ଼ଙ୍କ ନେତୃତ୍ତ୍ଵରେ ହାତୀଓଟ ଗ୍ରାମସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ୍ ହୋଇଥିବା ବେଳେ ସେମାନଙ୍କୁ ଦଳୀୟ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା । ତେବେ ବିଜେଡିରେ ଯୋଗ ଦେଇଥିବା ଉକ୍ତ ଯୁବଗୋଷ୍ଠୀରେ  ଦିଲୀପ କୁମାର ତ୍ରିପାଠୀ, ଜୁଗୁନୁ ସ୍ବାଇଁ , ମୃତ୍ୟୁଞ୍ଜୟ ବିଷୋୟୀ ,ବଳରାମ ପଲେଇ, ସମ୍ବରି ପ୍ରଧାନ,ଜଗବନ୍ଧୁ ସ୍ବାଇଁ, ଦୁର୍ଗା ମାଧବ ଭୂୟାଁ, ସିମାଞ୍ଚଳ ସ୍ବାଇଁ, ଗନ୍ଧର୍ବ ଜେନା , ଅଚ୍ୟୁତାନନ୍ଦ ବିଷୋୟୀଙ୍କ ସମେତ କତକଲା ଗାଁର ବହୁ ଯୁବକ ରହିଥିଲେ ।
Nalco
Leave A Reply