ବାଲିପାଟଣା୨୯/୯ : ଏଗାର ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଲୋକଜନଶକ୍ତି ପାର୍ଟି ଆର ପକ୍ଷରୁ ଜିଲ୍ଲାପାଳଙ୍କୁ ଶୁକ୍ରବାର ପ୍ରଦାନ କରିଛନ୍ତି।ଦାବିପତ୍ରରେ ଉଲ୍ଳେଖଯେ ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି,କୃଷି ବିଭାଗରେ ଭି ଏ ଡବ୍ଲୁ ନିଯୁକ୍ତି,ଧାନମଣ୍ଡିରେ କଟନୀ ଛଟନି ବନ୍ଦ,ସାରା ଜୟଦେବକୁ ତୁରନ୍ତ ପାନୀୟ ଜଳ ଯୋଗାଣ,ସମସ୍ତଙ୍କୁ ପରିମଳ ବ୍ୟବସ୍ତା, ଚାଷଜମିରୁ ଉଦବୃତ ଜଳ ନିଷ୍କାସନ,ଚାଷ ସମୟ ପୁର୍ବରୁ ବିହନ ଓ ରବି ଫସଲ ମଞ୍ଜି ଯୋଗାଣ,ଉଦ୍ୟାନ ବିଭାଗ ଚାରା ସୁଚାରୁ ବଣ୍ଟନ,ଜୟଦେବର ନିହାତି ଆବଶ୍ୟକ ରାସ୍ତା ଗୁଡିକର କାମ,ଫାଣ୍ଡିଗୁଡିକୁଥାନାର ମାନ୍ୟତା ଓ ପ୍ରାଣୀଧନ କାର୍ଯଳୟରୁ ଉଦବାର୍ଯ୍ୟ ଜଳ ନିଷ୍କାସନ କରାଯାଉ।ଉକ୍ତ ଦାବି ଗୁଡିକ ପନ୍ଦର ଦିନ ମଧ୍ୟରେ ପୁରାଣ ନହେଲେ ବାଲିପାଟଣା ମୁଖ୍ୟ ରାସ୍ତା ଅବରୋଧ ହେବେବୋଲି ଦଳ ରାଜ୍ୟ ସଭାପତି ଚିତ୍ତରଞ୍ଜନ ମଲ୍ଲିକ ପ୍ରେସ ବିବୃତିରେ କହିଛନ୍ତି।