Odisha news

ଗଞ୍ଜେଇ ଚାଲାଣ ମାମଲା ଅଭିଯୁକ୍ତଙ୍କୁ 10 ବର୍ଷ ଜେଲ 

0
ଵ୍ରହ୍ମପୁର :  ଵ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ -3 ଆଜି ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାରଣା କରିଛନ୍ତି। ପ୍ରମାଣ ମିଳିଥିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି ଜୟପୁରର ପ୍ରସାଦ ଯାନୀ। ଅଭିଯୁକ୍ତଙ୍କୁ ଜଜ 10 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଏକ ଲକ୍ଷ ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ 1ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ ପାଇଁ ପାଇଁ ମଧ୍ୟ ନିର୍ଦେଶ ରହିଛି। ପ୍ରକାଶ ଥାଉ କି, 2022 ଏପ୍ରିଲ 10 ତାରିଖରେ ଅବକାରୀ ଗୁଇନ୍ଦା ଟିମ ଲାଞ୍ଜିପଲି ବାଇପାସରେ ପେଟ୍ରୋଲିଂ କରୁଥିଲା। ଉକ୍ତ ଛକରେ ଜଣେ ଯୁବକ ଠିଆ ହୋଇଥିବା ବେଳେ ଅବକାରୀ ଟିମ ସେଠାରେ ପହଞ୍ଚି ତାଙ୍କ ବ୍ୟାଗ ଯାଞ୍ଚ କରିଥିଲା।ଯାଞ୍ଚ ବେଳେ ଉକ୍ତ ବ୍ୟାଗରୁ 22କେଜି ଗଞ୍ଜେଇ ଜବତ ହୋଇଥିଲା। ଅବକାରୀ ଟିମ ତାଙ୍କୁ ମାମଲା ନମ୍ବର 30/22 ରେ କୋର୍ଟ ଚାଲାଣ କରିଥିଲା। ଉକ୍ତ ମାମଲାର ବିଚାରଣା ବେଳେ 3ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ମକଦ୍ଦମା ପରିଚାଳନା କରିଥିଲେ।

Leave A Reply