Odisha news

ପାଟଳୀପୁରାରେ ଭାଗବତ ଜନ୍ମଉତ୍ସବ ଓ ବିଶ୍ଵ ହୃଦୟ ଦିବସ ପାଳିତ

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ପାଟଳୀପୁରା ସ୍ଥିତ ଭାଗବତ ଟୁଙ୍ଗି ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମୟୁରଭଞ୍ଜ ଶାଖା ପକ୍ଷରୁ ଭାଗବତ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାଗବତ ଟୁଙ୍ଗୀର ସଭାପତି ରବୀନ୍ଦ୍ର ନାଥ ଦୁର୍ଗା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପ୍ରତିମାଦେଇପୁର କ୍ଲଷ୍ଟରର ସିଆରସିସି ଦେବାଶିଷ ସାହୁ ,  , ମୂଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ବହୁଭାଷୀ ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବାସୁଦେବ ନାପିତ , ସମ୍ମାନିତ ଅତିଥି ଭାବେ ତ୍ରଲୋକ୍ୟ ପ୍ରସାଦ ଦୁର୍ଗା,  ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାଳିକ ଯୋଗଦାନ କରି ଭାଗବତ ଜନ୍ମର  ପୌରାଣିକ ଓ ଆଧ୍ୟାତ୍ମିକ ଉପରେ ଆଲୋକପାତ କରିଥିଲେ l ଶିକ୍ଷକ ରମାକାନ୍ତ ମହାନ୍ତ ଏହି ଆଧ୍ୟାତ୍ମିକ ସଭା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପାଟଳୀପୁରା ର ଭାଗବତ ଟୁଙ୍ଗୀ ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଭାଗବତ ଟୁଙ୍ଗୀର ଉପଦେଷ୍ଟାଙ୍କ ସହ ସମସ୍ତ ସଦସ୍ୟ ଯୋଗ ଦାନ କରିଥିଲେ।  ଭାଗବତ ଜନ୍ମ ଅବସରରେ  ଦିବସବ୍ୟାପୀ ଭାଗବତ ପଠନ ସହିତ ହରିଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା l
Govt
Leave A Reply