ବାଲେଶ୍ୱର: ସଟ୍ଡାଉନ୍ ସମୟରେ ଖବର କାଗଜ ବିକ୍ରେତାମାନେ ସକାଳ ୮ଟା ମଧ୍ୟରେ ସେମାନଙ୍କ ଖବର କାଗଜ ବଣ୍ଟନ କାର୍ଯ୍ୟ ସାରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ପରିପ୍ରେକ୍ଷୀରେ ସହରଠାରୁ ଦୂରରେ ରହୁଥିବା ବହୁ ଏଜେଣ୍ଟ ଓ ହକରମାନେ ଶିଘ୍ର ବାଲେଶ୍ୱର ସହରରେ ପହଞ୍ଚି ଏଠାରୁ ଖବରକାଗଜ ଗ୍ରାହକମାନଙ୍କ ଘରେ ଦେଇ ଫେରିଯିବା ନିମନ୍ତେ ଯୋଜନା କରି ଶିଘ୍ର ଘରୁ ବାହରୁଛନ୍ତି ।
ଏପରିପ୍ରେକ୍ଷୀରେ ଆଜି ଶଶିକାନ୍ତ କୁଅଁର ନାମକ ଜଣେ ଖବରକାଗଜ ହକର ଭୋର ସମୟରେ ବାଲେଶ୍ୱର ସହରକୁ ଖବରକାଗଜ ନେଇ ବିତରଣ କରିବା ପାଇଁ ଆସିଥିବା ବେଳେ ପୋଲିସ ଶ୍ରୀ କୁଅଁରଙ୍କୁ ଅମାନୁସିକ ଭାବେ ମାଡ଼ମାରିଥିବା ଜଣାପଡ଼ିଛି ।
ଏହି ଘଟଣାକୁ ବାଲେଶ୍ୱର ଖବରକାଗଜ ମାଲିକ ଓ ଏଜେଣ୍ଟ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଆସନ୍ତା ସୋମବାର ଦିନ ଖବରକାଗଜ ମାଲିକ ଓ ଏଜେଣ୍ଟଙ୍କ ଏକ ପ୍ରତିନିଧି ଦଳ ବାଲେଶ୍ୱର ଏସ୍ପି ଓ ପୂର୍ବାଞ୍ଚଳ ଆଇଜିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବେ ବୋଲି ଜଣାପଡ଼ିଛି ।