ନୀଳଗିରି : ଏକ ଜମି ଚିହ୍ନଟ ଘଟଣାକୁ ନେଇ ନୀଳଗିରି ତହସିଲଦାରଙ୍କୁ ମହିଳାମାନେ ଘେରାଉ କରିବାରୁ ଶେଷରେ ନୀଳଗିରି ତହସିଲଦାର ଜମି ଚିହ୍ନଟ କରିନପାରି ଫେରିଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ନୀଳଗିରି ବ୍ଲକ ବରହମ୍ପୁର ଥାନା ଅନ୍ତର୍ଗତ ବାଉଁଶପାଳ ନିକଟ କଲେଜଛକରେ ଥିବା ଏକ ଅନାବାଦୀ ଜାଗାକୁ ନୀଳଗିରି ତହସିଲଦାର ମାପ କରିବାକୁ ଯାଇଥିଲେ । ସେହି ଜାଗା ଉପରେ ଗତ ୪୦ବର୍ଷ ଧରି ଗ୍ରାମବାସୀମାନେ ବିଭିନ୍ନ ପର୍ବପର୍ବାଣୀ,ମେଳଣ, ସରସ୍ୱତୀପୂଜା ଆଦି କରିଆସୁଥିବାବେଳେ ଉକ୍ତ ଜାଗାକୁ ଗ୍ରାମର ଅଶୋକ କୁମାର ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ଭୂମିହୀନ ଭାବେ ପ୍ରଦାନ କରାଯାଇଛି ।
ମାପ ସମୟରେ ମହିଳାମାନେ ଏହାକୁ ବିରୋଧ କରିବା ସହ ଜଣେ ବ୍ୟକ୍ତିଙ୍କର ଜମି ଥିବା ବେଳେ ତାଙ୍କୁ କିଭଳି ଭାବେ ଅନାବାଦୀ ଜାଗା ଦିଅଗଲା ବୋଲି ପ୍ରଶ୍ନ ଉଠାଇବା ସହ ମାପକୁ ବିରୋଧ କରିବାରୁ ବାଧ୍ୟହୋଇ ତହସିଲଦାର ଫେରିଯାଇଥିଲେ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ବୋଲି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଅଶେଷ କୁମାର ନାୟକ ପ୍ରକାଶ କରିଥିବା ବେଳେ ଗ୍ରାମବାସୀମାନେ ଅଶୋକ ସେଠୀଙ୍କୁ ଜମିପଟା ପ୍ରଦାନରେ ଚଞ୍ଚକତା ଓ ଦୁର୍ନୀତି ହୋଇଥିବା ବିଷୟ ଉଲ୍ଲେଖ କରି ଏବାବଦରେ ବରହମପୁର ଥାନା ଅଧିକାରୀ ଓ ରାଜସ୍ୱ ନିରୀକ୍ଷକଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଜଣେ ଭୂମିହୀନ ଥାଇ ସରକାରଙ୍କ ଠାରୁ ପଟା ପାଇଛନ୍ତି ଓ ଏଥିରେ କୌଣସି ଚଞ୍ଚକତା ହୋଇନାହିଁ ବୋଲି କହିଛନ୍ତି ଅଶୋକ ସେଠୀ ।