Odisha news

ଆୟୁର୍ବେଦିକ ଓ ହୋମିଓପାଥିକି ମେଡିକାଲରେ ତାଲା, ରୋଗୀ ହନ୍ତସନ୍ତ

0

କୋରେଇ : କୋରେଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତ ମୁକୁନ୍ଦପୁର ଆୟୁର୍ବେଦିକ ଚିକିତ୍ସାଳୟ ଓ ଓଷଳା ହୋମିଓପାଥିକି ଚିକିତ୍ସାଳୟ ଦୁଇଟି ଦୀର୍ଘଦିନ ଧରି ବନ୍ଦରହିବା ଫଳରେ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏହି ଚିକିତ୍ସାଳାୟରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ସରକାର କରୋନା ମୁକାବିଲା ପାଇଁ ପ୍ରାର୍ଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରରେ ନିଯୁକ୍ତି ଦେଇଛନ୍ତି ।

ଏହାଦ୍ୱାରା ହୋମଓପାଥି ଓ ଆୟୁର୍ବେଦିକ ଚିକିତ୍ସାଳୟ ଗୁଡିକୁ ଆସୁଥିବା ରୋଗୀ ମାନେ ଫେରିଯାଉଛନ୍ତି । ଏହି ଚିକିତ୍ସାଳୟ ଗୁଡ଼ିକ ସାଧାରଣତ ଗ୍ରାମାଂଚଳରେ ଅବସ୍ଥିତ ହୋଇଥିବରୁ କରୋନା ଭୟ ଓ ଲକ୍ଡାଉନ ସମୟରେ ଯାନବାହନ ଚଳାଚଳ ଉପରେ କଟକଣା ଥିବାରୁ ଗ୍ରାମାଂଚଳର ରୋଗୀ ମାନେ ପିଏଚ୍ସି, ସିଏଚ୍ସି ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଯିବା ସମ୍ଭବ ହେଉନଥିବାରୁ ରୋଗୀ ମାନେ ଏହି ହୋମିଓପାଥିକି ଓ ଆୟୁର୍ବେଦିକ ଚିଚିକିତ୍ସାଳୟ ଉପରେ ନିର୍ଭିର କରିଥାନ୍ତି ।

ଫଳରେ ଆୟୁର୍ବେଦିକ ଓ ହୋମିଓପାଥିକ ଉପରେ ନିର୍ଭର କରି ଚିକିତ୍ସାତ ହେଉଥିବା ରୋଗୀମାନେ ଏବେ ଚିକିତ୍ସା ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । କିନ୍ତୁ କରୋନା ପାଇଁ ଏହି ହୋମିଓପାଥିକି ଚିକିତ୍ସାଳୟର ଡାକ୍ତରଙ୍କୁ ଡେପୁଟେସନରେ କୋରେଇ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଓ ଆୟୁର୍ବେଦିକ ଡାକ୍ତରଙ୍କୁ ଅଫିସ୍ ଆଟାଚ କରିଥିବାରୁ ସେଠାରେ ରୋଗୀ ସେବା ବ୍ୟାହତ ହେବା ସହ ଉଭୟ ଚିକିତ୍ସାଳୟରେ ତାଲା ଝୁଲୁଛି । ସରକାରଙ୍କ ପକ୍ଷରୁ ତୁରନ୍ତ ଏହି ଡାକ୍ତରଙ୍କୁ ଏହି ଚିକିତ୍ସାଳୟକୁ ପଠାଯିବା ସହ ଏହାର କାର୍ଯ୍ୟକ୍ଷମ କରାଇଲେ ବହୁ ଗ୍ରାମାଂଚଳ ରୋଗୀ ସେବା ପାଇପାରେନ୍ତେ ବୋଲି ପଂଚାୟତ ବାସୀଙ୍କ ପକ୍ଷରୁ ଦାବୀ କରାଯାଉଛି ।

Leave A Reply