Odisha news

ସରକାରୀ ନିୟମ ମାନି ହାଟ ବନ୍ଦ : ଦୁର୍ଦ୍ଦିନରେ ହାଟୁଆ ପରିବାର

0

ପାଣିକୋଇଲି : ମହାମାରୀ କରୋନା ଯୋଗୁ ଦୁର୍ଦ୍ଦିନରେ ଅଛନ୍ତି ହାଟୁଆ ପରିବାର । ଦୀର୍ଘ ୩ ମାସ ହେବ ସରକାରୀ ନିୟମ ମାନି ହାଟ ବନ୍ଦ ରହିଛି । ବଜାର ଘାଟ ଖୋଲୁଛି, ବସ ଟ୍ରେନ ଯାତାୟତ କରୁଛି କିନ୍ତୁ ସପ୍ତାହିକ ହାଟ ଗୁଡିକ ଖୋଲିବାକୁ ମିଳିନି ସରକାରୀ ବା ପ୍ରସାଶନିକ ଅନୁମତି । ଫଳରେ ହାଟ ଉପରେ ନିର୍ଭର କରି ଜୀବିକା ର୍ନିବାହ କରୁଥିବା ହାଟୁଆ ପରିବାର ଏବେ ଭୋକ ଉପାସରେ ଚଳୁଛନ୍ତି । କେତେଦିନ ଆଉ ଲକ ଡାଉନ ଭୟରେ ଘରେ ବସିବେ ।

ସରକାର ବିଭିନ୍ନ ଯୋଜନା କରୁଥିଲେ ବି ହାଟୁଆଙ୍କ ପାଇଁ କିଛି ଯୋଜନା ନକରିବା ବା ହାଟ ଗୁଡିକ ଚାଲୁ କରିବାକୁ ଅନୁମତି ନଦେବାରୁ ଆଜି ମା ମଙ୍ଗଳା ଆଂଚଳିକ ହାଟୁଆ ବଣିକ ସଙ୍ଘ, ଶଙ୍ଖଚିଲା ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବଣିକ ସଙ୍ଘର ଶଙ୍ଖଚିଲା, ଭିକିପୁର, ଲକ୍ଷ୍ମୀନଗର, ତରାପୁର, କୃଷ୍ଣ ନଗର, ଜହ୍ନା, ତରାପୁର, ଛୋଟରାୟପୁର, ତଣ୍ଡରା, ବିରୁହାଁ, ପହଂଙ୍ଗା, ଗୋଳେଇପୁର ଆଦି ଅଂଚଳର ହାଟୁଆ ମାନେ ମାହିଙ୍ଗୁଳା ମନ୍ଦିରରେ ପହଂଚି ସେମାନଙ୍କ ସମସ୍ୟା ଆଲୋଚନା କରି ହାଟ ଖୋଲ ନଚେତ ସହାୟତ ଯୋଗାଇବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦ୍ୟଶରେ ଏକ ଦାବି ପତ୍ର ଦେବାକୁ ନିଷ୍ପତି କରିଥିଲେ ।

ପରିଚାଳନା କିଟିର ସଭାପତି କାହ୍ନୁ ଚରଣ ସାହୁ, ଉପସଭାପତି ନିରଂଜନ ମାହାଲା, ସମ୍ପାଦକ ଅକ୍ଷୟ କୁମାର ନାୟକ, ସହସମ୍ପାଦକ ମଦନ ମୋହନ ଦାସ, କୋଷାଧକ୍ଷ ଅଶୋକ କୁମାର ନାୟକ, କର୍ଯ୍ୟର୍ନିବାହୀ ସଦସ୍ୟ ବିନୋଦ ବିହାରୀ ସାହୁ, ଦିବାକର ନାୟକ, ରାମ ଚନ୍ଦ୍ର ସାହୁ, ଶ୍ରୀଧର ସାହୁ, କାଶିନାଥ ସାହୁ, ବସନ୍ତ କୁମାର ନାୟକଙ୍କ ସମତେ ୫୦ରୁ ଉର୍ଦ୍ଧ ହାଟୁଆ ଯୋଗଦେଇଥିଲେ । ଏନେଇ ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ଦାବିପତ୍ର ଦେବାକୁ ସ୍ତିର  ହୋଇଛି ।

Nalco

Leave A Reply