Odisha news

ମହାଦୁର୍ନିତି ପଦାରେ ପଡିଲା ବ୍ଲକର ମିଳିମିଶି ଲୁଟିଲେ ୧ କୋଟିରୁ ଉର୍ଦ୍ଧ ଟଙ୍କା

0

ବାସୁଦେବପୁର :  ପରିବେଶରୁ ଗନ୍ଧ ହଟିବ । ଗାଁ ରୁ ସହର ସବୁଠି ବାହ୍ୟ ଅଞ୍ଚଳ ମଳ ମୁକ୍ତ ହେବ । ସେଥିପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ପ୍ରୋସିାହନ ରାଶି । ହିତାଧିକାର ଜାଣିବା ପୂର୍ବରୁ ପାଇଖାନା ହଡପ୍‍ ହୋଇଥିବାର ଅଭିଯୋଗ ହୋଇଛି । ଯାହା ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ । ପଦାରେ ହଗିବୁ ଓ ପୋଖରୀରେ ପାଞ୍ଛେଇବୁ ପଛେ ଯିଏ ଦୁର୍ନିତିକୁ କରିଛି ତାକୁ ବେକରେ ଗାମୁଛା ପକାଇ ରାସ୍ତାରେ ଘୁସାଡିଦେବୁ । ଏ କେଉଁ ଯାତ୍ରା ପାର୍ଟିର ଡାଇଲକ୍‍ ନୁହେଁ । ଏହେଉଛି ବାସୁଦେବପୁର ବ୍ଲକର ବିରସ ପଞ୍ଚାୟତର ଜଣେ ପାଇଖାନା ହିତାଧିକାରୀଙ୍କ ମୁଖରୁ ନିର୍ଗତ ବାକ୍ୟ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଆସୁଥିବା ଅର୍ଥ ସ୍ପଷ୍ଟ ଦିବାଲୋକରେ ବାସୁଦେବପୁର ବ୍ଲକର ହରିଲୁଟ୍‍ ହୋଇଥିବାର ଅଭିଯୋଗ ହୋଇଛି ।

ବାସୁଦେବପୁର ବ୍ଳକର ସ୍ୱଚ୍ଛ ଭାରତ ଅଭିଯାନର ମହାଦୁର୍ନିତି ପଦାରେ ପଡି ହାଟରେ ଗଡୁଛି । ସ୍ୱଚ୍ଛ ଭାରତ ଅଭିଯାନରେ ଘର ଘରକା ମିଳିବ ପାଇଖାନା । ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତର ମୋଟିଭେଟର୍‍ ପର୍ଯ୍ୟନ୍ତ ମିଳିମିଶି ୧ କୋଟିରୁ ଉର୍ଦ୍ଧ ଟଙ୍କା ଚଳୁ କରିଥିବାର ଅଭିଯୋଗ ହେଉଛି । ବାସୁଦେବପୁର ବ୍ଲକର କେଉଁ ପଞ୍ଚାୟତର ଗୋଟିଏ ପାଇଖାନା ଘରକୁ ୫ ଥର ଦେଖାଇ ବିଲ୍‍ ହୋଇଥିବା ବେଳେ କେଉଁଠି ବାଲି ମୁଠେ ପଡିନାହିଁ ହେଲେ ହିତାଧିକାରୀଙ୍କ ନାମରେ ଉଠିଛି ୧୨ ହଜାର ଟଙ୍କା । ବିରସ ପଞ୍ଚାୟତର ପ୍ରାୟ ୮୫୦ ଗୋଟି ପାଇଖାନା ବିଲି ହୋଇଥିବା ବେଳେ ସେଥିମଧ୍ୟରୁ ୨୫୦ରୁ ଉର୍ଦ୍ଧ ଫଲ୍ସ ବିଲି ହୋଇଥିବାର ସ୍ଥାନୀୟ ଗ୍ରାମବାସୀ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ବାସୁଦେବପୁର ବ୍ଲକର କେବଳ ବିରସ ପଞ୍ଚାୟତ ନୁହେଁ । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଦୁର୍ନିତ ନମୁନା ମାତ୍ର । ଗୁଆ ଗଡିଆ ପଞ୍ଚାୟତର ଗୋଟିଏ ଘରକୁ ୫ ଥର ବିଲି ହୋଇଥିବା ବେଳେ

ରାଜଘରପୋଖରୀ,ଆନ୍ଦୁଳା,କରଞ୍ଜଆଡିଆ,ବାଲିମୁଣ୍ଡା,ବାଲିମେଦ,ଚୁଢାମଣୀ,କୃଷ୍ଣପୁର,ନାୟକାଣୀଡିହି,ଅଢୁଆଁ,ନୂଆଗାଁ ଆଦି ପଞ୍ଚାୟତରେ ବ୍ୟାପକ ଦୁର୍ନିତି ହୋଇଥିବାର ଅଭିଯୋଗ ହେଉଛି । ବିରସ ପଞ୍ଚାୟତର ବିରସ ଗ୍ରାମର ୨୩୮ ଗୋଟି ପାଇଖାନା ନିର୍ମାଣ ହୋଇଥିବାର ବିଲି ହୋଇଥିବା ବେଳେ ସେଥିମଧ୍ୟରୁ ୫୩ ଟି ଫଲ୍ସ ବିଲି ହୋଇଛି ବୋଲି ଅଭିଯୋଗ ହୋଇଛି । ସେହିପରି ତମ୍ବାଖଣ୍ଡିି, କେରସାହିି, ବହୂପୋଖରୀ, କାଳିଗଦିି, କଂସାରୀପୁର, ଗଦଳାଖାସ,ଶ୍ରୀରାମଗଡିଆରେ ପାଇଖାନା ନିର୍ମାଣ ନହୋଇ ହିତାଧିକାରୀଙ୍କ ନାମରେ ଫଳ୍ସ ବିଲି ହୋଇଥିବାର ଗ୍ରାମବାସୀ ଓ ହିତାଧିକାରୀ ଅଭିଯୋଗ କରିଛନ୍ତି ।

ବିରସ ଗ୍ରାମର ଶରତ ସେଠୀ,ପିତା- ବାଇଧର,ବେଶ୍‍ ଲାଇନ୍‍ ନମ୍ବର-୧୦୭୭,ରଙ୍ଗବତୀ ମହାନ୍ତି,ସ୍ୱାମୀ-ସରୋଜ,ନମ୍ବର-୨୬୯,ମଞ୍ଜୁଲତା ମହାନ୍ତି,ସ୍ୱାମୀ-ମନୋଜ,ନମ୍ବର-୭୧୨,କମଳିନୀ ସିଂ,ସ୍ୱାମୀ-ଅକ୍ଷୟ,ନମ୍ବର-୫୮୧,ପଞ୍ଚାନନ ନାୟକ,ପିତା-ରନିାକର,ନମ୍ବର-୮୨୩,ଶୁକଦେବ ଜେନା,ପିତା-ଘନଶ୍ୟାମ,ନମ୍ବର-୧୧୬୫,ନିର୍ମଳ ଜେନା,ପିତା-ଲକ୍ଷ୍ମଣ,ନମ୍ବର-୭୯୦,ଭାସ୍କର ମହାନ୍ତି,ପିତା-ରାମଚନ୍ଦ୍ର,ନମ୍ବର-୩୦୨,କମଳାକାନ୍ତ ରାଉଳ,ପିତା-ପର୍ଶୁରାମ,ନମ୍ବର-୫୭୦,ଶ୍ରୀଧର ଜେନା,ବତାସୀ ଜେନା,ଉମେଶ ନାୟକ,ରଶ୍ମିରଞ୍ଜନ ପଣ୍ଡା,ଭାରତୀ ଦାସ,ହରିହର ନାୟକ,ଲକ୍ଷ୍ମୀଧର ଜେନା,ତମ୍ବାଖଣ୍ଡି ଗ୍ରମାର ରଞ୍ଜନ ବାରିକ,ପିତା-ଅନନ୍ତ,ନମ୍ବର- ୧୯୭୫,କାହ୍ନୁଚରଣ ବେହେରା,ପିତା-ଜଗବନ୍ଧୁ,ନମ୍ବର- ୧୪୪୮,ମଧୁସୂଦନ ପଲାଇ,ପିତା-ପଞ୍ଚାନନ,ନମ୍ବର- ୬୫୬,ପଦ୍ମଲୋଚନ ପଲାଇ,ପିତା-ପଞ୍ଚୁ,ନମ୍ବର- ୮୧୫,ଗଦଳାଖାସ ଗ୍ରାମର ସର୍ବେଶ୍ୱର ଜେନା,ପିତା-ବଂଶୀ,ନମ୍ବର- ୧୦୮୬,ସସ୍ମିତା ଜେନା,ସ୍ୱାମୀ-ରମେଶ,ପ୍ରହଲ୍ଲାଦ ଜେନା,ପିତା-ଦାମୋଦର,ନମ୍ବର- ୧୩୭୫,ସନ୍ତୋଷ ଜେନା,ପିତା-ଚିନ୍ତାମଣୀ,ନମ୍ବର- ୧୩୫୮,କାଳିଗଦି ଗ୍ରାମର ଶୁକଦେବ ବଳ,ନମ୍ବର-୧୪୯୭,ମାଗୁଣୀ ଦଳେଇ,ନମ୍ବର-୧୪୫୪,ରବିନ୍ଦ୍ର ପଲାଇ,ନମ୍ବର-୧୪୭୦ ଏହିପରି ବହୁହିତାଧିକାରୀ ଘର ନକରି ବିଲି ହୋଇଥିବାର ଅଭିଯୋଗ ହୋଇଛି । ଏପରିକି ହିତାଧିକାରୀଙ୍କ ଅଗୋଚରରେ ପାଇଖାନା ନିର୍ମାଣ ହୋଇଛି ବୋଲି ବିଲି ହୋଇ ଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ପାଇଖାନା ଘର ନାହିଁ ହେଲେ ଜିଓ ଟେକ କରିବା ସମୟରେ ଘର ଆସିଲା କେଉଁଠୁ ।

ପ୍ରକୃତ ହିତାଧିକାରୀ ନାହିଁ କାହା ଫଟୋ ଉଠାଇ ବିଲ୍‍ କଲେ । ବିଭାଗୀୟ ଅଧିକାରୀ ତଦନ୍ତ ବେଳେ କେଉଁ ଘରକୁ ବୁଲି ଦେଖି ବିଲ୍‍ କରୁଥିଲେ । ଭୁଲ୍‍ କାହାର । ହିତାଧିକାରୀର ଅଜ୍ଞତା ନା ଦାୟିତ୍ୱରେ ଥିବା ବ୍ଲକ ସ୍ତରୀୟ କନିଷ୍ଠ ଯନ୍ତ୍ରୀଙ୍କର ଅହେତୁକ ଅନୁକମ୍ପା । ଏହି ପଞ୍ଚାୟତର ପାଇଖାନା ନିର୍ମାଣ ଦାୟିତ୍ୱ ସ୍ୱପ୍ନେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠିକୁ ପ୍ରଦାନ କରାଯାଇଥିଲା । ଏହି ସ୍ୱୟଂ ସହାୟକ ଗୋଷ୍ଠିର ସମ୍ପାଦିକା ଓ ମୋଟିଭେଟର ଦୁର୍ନିତିର ସଂପୃକ୍ତ ଅଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠିର ସମ୍ପାଦିକା ଓ ମୋଟିଭେଟରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ବାସୁଦେବପୁର ବ୍ଲକ ସବୁ ବିଭାଗ ଦୁର୍ନିତର ମହାଦ୍ରୃମ ପାଲଟି ଯାଇଛି । ଯେଉଁଠି ହାତମାରିଲେ ସେଠି ବାହାରୁଛି ମେଞ୍ଚା ମେଞ୍ଚା ଦୁର୍ନିତିର ଗନ୍ଧ । ବିଡିଓ କହିଛନ୍ତି ଅଭିଯୋଗର ତଦନ୍ତ କରି ଯେଉଁମାନେ ପାଇଖାନା ପାଇନଥିବେ ତାଙ୍କୁ ପାଇଖାନା ଯୋଗାଇ ଦେବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭଦ୍ରକ ଜିଲ୍ଲାପାଳ ନିରପେକ୍ଷ ତଦନ୍ତ କଲେ ଦୁର୍ନିତି ବିଭିନ୍ନ ପଞ୍ଚାୟତରେ ପ୍ରାୟ କୋଟିଏ ଟଙ୍କାର ଦୁର୍ନିତି ପଦାକୁ ଆସିପାରନ୍ତା

Leave A Reply