Odisha news

ଖୋର୍ଦ୍ଧା : ପିଆଜ ବୋଝେଇ ଟ୍ରକ୍ ରୁ ୭ କୁଇଁଟାଲ ଗଞ୍ଜେଇ ଜବତ

0

ଖୋର୍ଦ୍ଧା : ୧୬ନଂ ଜାତୀୟ ରାଜପଥର ସଦରଥାନା ଅଂଚଳରୁ ଆନ୍ଦ୍ରରୁ ଆସୁଥିବା ଏକ ପିଆଜ ବୋଝେଇ ଟ୍ରକ୍ ରୁ ଏନସିବି ଟିମ୍ ଓ ସଦରଥାନା ପୁଲିସ ମିଳିତଭାବେ ଚଢାଉ କରି ୭କୁଇଁଟାଲ ଗଞ୍ଜେଇ ଜବତ କରିଛନ୍ତି । ଜବତ ଗଞ୍ଜେଇର ମୂଲ୍ୟ ୪୦ଲକ୍ଷ ରୁ ଉଦ୍ଧ୍ୱର୍ ହେବ ବୋଲି ଟିମ୍ ର ସଦସ୍ୟଙ୍କ ସୂତ୍ରରୁ ଜଣାଯାଇଛି ।

ମିଳିଥିବା ସୂଚନାମୁତାବକ, ଏକ ପିଆଜ ବୋଝେଇ ଟ୍ରକ୍ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍୍ରରୁ ଖବର ପାଇ ଭାରତ ସରକାରଙ୍କ ନାର୍କୋଟିକସ କଂଟ୍ରୋଲ ବୁ୍ୟରୋ ଭୁବନେଶ୍ୱର ଅଧିକ୍ଷକ ସୁରଜିତ ସେନ୍ ଙ୍କ ନେତୃତ୍ୱରେ ୮ଜଣିଆ ଟିମ୍ ଓ ସଦରପୁଲିସ ଜାତୀୟ ରାଜପଥରେ ଛପି ରହିଥିଲେ । ଉକ୍ତ ଟ୍ରକ୍ ଟି ସଦରଥାନା ଅଂଚଳ ପାସ କରିବା ସମୟରେ ଛପି ରହିଥିବା ଅଧିକାରୀମାନେ ଗାଡିକୁ ଅଟକାଇଥିଲେ । ସେଥିରୁ ୭କୁଇଁଟାଲ ଗଞ୍ଜେଇ ଜବତ କରିବା ସହିତ ୨ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି ।

 

Leave A Reply

Your email address will not be published.