Odisha news

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

0

ଖୋର୍ଦ୍ଧା : ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଚିଲିକା ତଥା ଜିଲ୍ଲା ଯୋଜନାବୋର୍ଡର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେ୍ଦବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ରନାଥ ମିତ୍ର, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର(ଉତର) ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇ ବିପର୍ଯ୍ୟୟ ମୁକାବିଲା, ବନ୍ୟାଜଳ ନିଷ୍କାସନ, ନଦୀବନ୍ଧ ମରାମତି ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ବନ୍ୟା ବାତ୍ୟାର ପ୍ରତିକାର ନିମନ୍ତେ ସମ୍ଭାବ୍ୟ ଯୋଜନାର କାର୍ଯ୍ୟକାରୀତା ପାଇଁ ଗୁରୁତ୍ୱ ଦେଇଥିଲେ । ବର୍ଷା ଓ ବନ୍ୟାଜଳ ନିଷ୍କାସନ ଏବଂ ବିପର୍ଯ୍ୟୟ ସହାୟତା ପାଇଁ ବ୍ୟବସ୍ଥା କରିବାକୁ ୍କହିଥିଲେ ।

ଖୋର୍ଦ୍ଧା ଜିଲ୍ଲାରେ ୨୦୨୦ ମସିହାରେ ବନ୍ୟା ବାତ୍ୟାର ପ୍ରତିକାର ପାଇଁ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଘଂହଟିଆ ନିୟନ୍ତ୍ରଣ କକ୍ଷ ଜୁନ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି । ଏହା ବ୍ୟତୀତ ନିର୍ବାହୀ ଯନ୍ତ୍ରୀ ଖୋର୍ଦ୍ଧା ଜଳସେଚନ, ନିର୍ବାହୀ ଯନ୍ତ୍ରୀ ପ୍ରାଚୀ ଜଳସେଚନ, ଡିଭିଜନଙ୍କ କାର୍ଯ୍ୟାଳୟରେ ବର୍ଷା ଋତୁରେ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ । ଉପଜିଲ୍ଲାପାଳ ଖୋର୍ଦ୍ଧା ଓ ଭୁବନେଶ୍ୱର, ସମସ୍ତ ବ୍ଲକ୍ ଓ ତହ÷ସିଲ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ରହିବ । ଦୈନିକ ବୃଷ୍ଟିପାତ ବୀବରଣୀ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଅଧିନରେ ଥିବା ଉପ ବିଭାଗ ଅଧିକାରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବେ ।

ଦୁର୍ବଳ ନଦୀ ଓ କେନାଲ ବନ୍ଧକୁ ମଜବୁତ କରିବା ଏବଂ ଆବଶ୍ୟକୀୟ ମରାମତି ନିମନ୍ତେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀମାନେ ବ୍ୟବସ୍ଥା କରିବେ । ଶାଳିଆ ଜଳସେଚନ ପ୍ରକଳ୍ପ ର ନଦୀ ବନ୍ଧର ଦୁର୍ବଳିଆ ସ୍ଥାନକୁ ମରାମତି ଓ ଦୃଢ କରିବାକୁ ବିଧାୟକ ଚିଲିକା ଶ୍ରୀ ଜଗଦେ୍ଦବ କହିଥିଲେ । ନିର୍ବାହୀ ଯନ୍ତ୍ରୀ ଖୋର୍ଦ୍ଧା ଜଳସେଚନ ଓ ପ୍ରାଚୀ ଜଳସେଚନ,ଡିଭିଜନ କହିଥିଲେ ନଦୀ ବନ୍ଧର ମରାମତି ବ୍ୟବସ୍ଥା ଓ ଆବଶ୍ୟକୀୟ ବାଲିବସ୍ତା ମହଜୁଦ ରଖାଯାଇଛି । ଜିଲ୍ଲାରେ ୧୦୨ଟି ସ୍କୁଲ ଓ ୫୧ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ଆଶ୍ରୟସ୍ଥଳୀମାନଙ୍କରେ ଆସ୍କାଲାଇଟ ଓ ଜେନେରେଟର ରଖାଯାଇଛି । ବୈଠକରେ ଅଧିକ ଆଶ୍ରୟସ୍ଥଳୀ ବ୍ୟବସ୍ଥା ଓ ଆଶ୍ରୟସ୍ଥଳୀ ମରାମତି ପାଇଁ ଆଲୋଚନା କରାଯାଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ୭ଗୋଟି ପାୱାରବୋଟ ମଧ୍ୟରୁ ୩ଟି ବାଲିପାଟଣା, ଗୋଟିଏ ଲେଖାଁ ବାଲିଅନ୍ତା, ଜଟଣୀ ଏବଂ ଖୋର୍ଦ୍ଧା ବ୍ଲକ୍ ରେ ରଖାଯାଇଛି । ବିପର୍ଯ୍ୟୟ ସମୟରେ ଡଙ୍ଗା ମୁତୟନ କରାଯିବ ।

ବର୍ଷାଦିନ ପୂର୍ବରୁ ଜଳ ନିଷ୍କାସନ ବ୍ୟବସ୍ଥା ଠିକ କରିବା, ନାଳ ଓ କେନାଲ ଗୁଡିକ ସଫା କରିବା ଏବଂ ବନ୍ୟାଜଳ ନିଷ୍କାସନ ପାଇଁ ବୈଠକରେ ଆଲୋଚନା ହୋଇଥିଲା ।ବନ୍ୟା ଓ ବାତ୍ୟା ପୂର୍ବରୁ ଖାଦ୍ୟ ପଦାର୍ଥ ମହଜୁଦ ରଖିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ ଅଛି । ଆବଶ୍ୟକ ପରିମାଣର ଚୁଡା ଓ ଗୁଡ ରଖାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଥିଲେ । ବନ୍ୟାଂଚଳରେ କୃଷିକାର୍ଯ୍ୟ ପାଇଁ ଆବଶ୍ୟକୀୟ ବିହନ ଓ ସାର ଯୋଗାଇଦିଆଯିବ । ଜିଲ୍ଲାମୁଖ୍ୟ ପ୍ରାଣୀଚିକିସôା ଅଧିକାରୀ ପଶୁଖାଦ୍ୟ ଓ ଚିକିସôା ବ୍ୟବସ୍ଥା କରିବେ । ଜିଲ୍ଲା ମୁଖ୍ୟ ଚିକସôା ଅଧିକାରୀ ସମସ୍ତ ସ୍ୱାସ୍ଥ୍ରକେନ୍ଦ୍ରରେ ଔଷଧ ମହଜୁଦ ରଖିବେ । ରିଲିଫ ସୁପରିଚାଳନା ପାଇର୍ ତାଲିମ ବ୍ୟବସ୍ଥା ଓ ରିଲିଫ ଦଳ ଗଠନ କରାଯିବ । ସ୍ୱେଛାସେବୀ ସଂଗଠନମାନଙ୍କୁ ମଧ୍ୟ ସଜାଗ ରଖାଯିବ । ଆବଶ୍ୟକ ସ୍ଥଳେ ଏନଡିଆରଏଫ୍ ଓ ଓଡ୍ରାଫ ର ସହାୟତା ନିଆଯିବ ।

ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ କୁମାର ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ବୀବରଣୀ ପାଠ କରିଥିଲେ । ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଖୋର୍ଦ୍ଧା ଓ ଭୁବନେଶ୍ୱର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି

Leave A Reply