ଆଠଗଡ଼ ତା ୦୩-୦୯-୨୩ ସାମାନ୍ୟ ସ୍ଵାଦ ଭାର ପାଇଁ ୯ ମାସର ଗର୍ଭବତୀ ମହିଳାଙ୍କୁ ଶାଶୁଘର ଲୋକ ହତ୍ୟା କରି ଆତ୍ମହତ୍ୟା ର ରୂପ ଦେବାପାଇଁ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲାଇ ଦେଇଥିବା ମୃତ ମହିଳାଙ୍କ ବାପଘର ଲୋକ ଅଭିଯୋଗ ଆଣିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ପଞ୍ଚାୟତ ଜେନାପଦା ଦେଶ ଗ୍ରାମରେ । ଘଟଣାରୁ ପ୍ରକାଶ ଯେ ଗତ ୨୦୨୨ ମସିହା ଏପ୍ରିଲ ମାସ ୨୫ ତାରିଖରେ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ରାଧାମୋହନପୁର ଗ୍ରାମର ନିରଞ୍ଜନ ରାଉତଙ୍କ ଝିଅ ପୂର୍ଣିମା ରାଉତ(୨୨)ଙ୍କ ସହିତ ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମର ବିଚିତ୍ର ରାଉତଙ୍କ ପୁଅ ପ୍ରଶାନ୍ତ ରାଉତ(୨୫)ଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ଯୌତୁକ ବାବଦକୁ ୫୦ ହଜାର ଟଙ୍କା ସହିତ ସୁନା ଚେନ,ମୁଦି,ଟିଭି,ଫ୍ରିଜ, ଆଲମାରୀ ସହିତ ଅନ୍ୟ ସମସ୍ତ ଆସବାବପତ୍ର ଝିଅ ଘର ପକ୍ଷରୁ ଦିଆଯାଇଥିଲା।ତେବେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକ ନିର୍ଯ୍ୟାତନା ଦେଇ ଆସୁଥିବା ପରିବାର ଲୋକଙ୍କୁ ପୂର୍ଣ୍ଣିମା ପୂର୍ବରୁ ଜଣାଇଛନ୍ତି।ଓଡିଆ ସଂସ୍କୃତିରେ ଝିଅ ଗର୍ଭବତୀ ହେଲେ ଝିଅ ଘର ପକ୍ଷରୁ ସ୍ବାଦଭାର ଝିଅ ଘରକୁ ଯାଇଥାଏ।ତେବେ ସ୍ବାଦଭାର ସମୟରେ ଝିଅର ଶାଶୁଘର ଲୋକେ ୪୦ ପେଟି ମିଠା ସହିତ ୨୦ ହଜାର ଟଙ୍କା ଦାବି କରିଥିଲେ।ତେବେ ଝିଅ ଘର କେବଳ ୨୫ ପେଟି ମିଠା ଦେଇଥିବା ବେଳେ ୨୦ ହଜାର ଟଙ୍କା ଦେବାକୁ ମନା କରିଥିଲେ। ଯାହାକୁ ନେଇ ଶାଶୁଘର ଲୋକେ ପୂର୍ଣ୍ଣିମା କୁ ନିର୍ଯ୍ୟାତନା ଦେଉଥିବା ଏବଂ ଆଜି ହତ୍ୟା କରି ଆତ୍ମହତ୍ୟା ରୂପ ଦେଉଥିବା ପୂର୍ଣିମା ର ମାମୁଁ ଦୀପକ କୁମାର ସାହୁ ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଏ ବାବଦରେ ଆଠଗଡ଼ ଥାନା ରେ କେସ୍ ନମ୍ବର ୨୮୨/୨୨ ଅନୁସାରେ ମୃତ ପୂର୍ଣ୍ଣିମା ଙ୍କ ଶାଶୁ ଶଶୁର, ନଣନ୍ଦ,ଯାଆ,ଯାଆ ର ମା ଏବଂ ସ୍ବାମୀ ଙ୍କୁ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି।ଅଭିଯୋଗ ପାଇବା ପରେ ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ତେବେ ଅଧିକ ତଦନ୍ତ ପାଇଁ କଟକ ରୁ ଫରନେସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ପୋଲିସ ଶ୍ଵଶୁର ବିଚିତ୍ର ରାଉତ ଏବଂ ସ୍ଵାମୀ ପ୍ରଶାନ୍ତ ରାଉତ ଙ୍କୁ ଅଟକ ରଖିଥିବା ଜଣାପଡିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରା ଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।