Odisha news

‘ଆଦିତ୍ୟ-ଏଲ୍‌୧’ ପ୍ରଥମ ‘ଆର୍ଥ-ବାଉଣ୍ଡ୍‌ ଫାଇରିଙ୍ଗ୍‌’ ସଫଳ : ‘ଇସ୍ରୋ’

0

ନୂଆଦିଲ୍ଲୀ: ‘ଆଦିତ୍ୟ-ଏଲ୍‌୧’କୁ ନୂତନ କକ୍ଷପଥକୁ ନେବା ପାଇଁ ଆଜି କରାଯାଇଥିବା ପ୍ରଥମ ‘ଆର୍ଥ-ବାଉଣ୍ଡ୍‌ ଫାଇରିଙ୍ଗ୍‌’ ସଫଳ ହୋଇଥିବା କଥା ‘ଇସ୍ରୋ’ କହିଛି।

‘ଇସ୍ରୋ’ ଆହୁରି ମଧ୍ୟ କହିଛି ଯେ, ଦେଶର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ ଭଲ ଅଛି ଏବଂ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ପରି ମନେହେଉଛି।

‘ଏକ୍ସ୍‌’ କରି ‘ଇସ୍ରୋ’ ସୂଚନା ଦେଇଛି: ଆଦ୍ୟି-ଏଲ୍‌୧ ମିସନ୍‌: ସାଟେଲାଇଟ୍‌ ଭଲ ଅଛି ଓ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥାଇ ପାରେ। ବେଙ୍ଗାଲୁରୁସ୍ଥିତ ‘ଆଇଏସ୍‌ଟିଆର୍‌ଏସି’ରେ କରାଯାଇଥିବା ପ୍ରଥମ ‘ଆର୍ଥ-ବାଉଣ୍ଡ୍‌ ମାନୁଭର୍‌’ (ଇବିଏନ୍‌#୧) ସଫଳ ହୋଇଛି। ନୂଆ କକ୍ଷପଥର ଆକାର ହେଉଛି ୨୪୫ କିଲୋମିଟର୍‌ x ୨୨୪୫୯ କିଲୋମିଟର୍‌।

ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ (ଇବିଏନ୍‌#୨) ସେପ୍ଟେମ୍ବର ୫ ତାରିଖ ଅପରାହ୍ଣ ୩ଟାରେ କରାଯିବ।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଶ୍ରୀହରିକୋଟାରୁ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ର ସଫଳ ଉତ୍‌କ୍ଷେପଣ କରାଯାଇଥିଲା। ‘ଇସ୍ରୋ’ କହିଛି ଯେ, ‘ଆଦିତ୍ୟ-ଏଲ୍‌୧’ ହେଉଛି ସୂର୍ଯ୍ୟ ଅଧ୍ୟୟନ ନିମନ୍ତେ ପ୍ରଥମ ମହାକାଶଭିତ୍ତିକ ‘ପ୍ଲାନେଟରିୟମ୍‌’ ବା ‘ଅବ୍‌ଜ୍‌ର୍‌ଭେଟରି’। ୧୨୫ ଦିନରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର୍‌ ଊର୍ଦ୍ଧ୍ବକୁ ଯାତ୍ରା କରି ଏହି ମହାକାଶଯାନ ସୂର୍ଯ୍ୟର ସବୁଠୁ ନିକଟତମ ବୋଲି ବିଚାର କରାଯାଉଥିବା ‘ଲଗ୍‌ରାଞ୍ଜ୍‌ ପଏଣ୍ଟ୍‌ ଏଲ୍‌୧’ ଚତୁଃପାର୍ଶ୍ବରେ ଗୋଟାଏ ଫାଙ୍କା କକ୍ଷପଥରେ ପରିକ୍ରମଣ କରିବ। ସୂର୍ଯ୍ୟ ଓ ପୃଥିବୀର ମଧ୍ୟାକର୍ଷଣ ଶକ୍ତି ସମାନ ହୋଇଥିବାରୁ ସେଠାରେ କ୍ଷୁଦ୍ର ଜିନିଷଟିଏ ରଖିଲେ ମଧ୍ୟ ତାହା କାହା ଆଡ଼କୁ ଆକର୍ଷିତ ନ ହୋଇ ରହିପାରେ।

Nalco
Leave A Reply