ଆସିକା : ସ୍ଥାନୀୟ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଗତ ୨୫ ଅକ୍ଟୋବର ୨୦୨୨ ତାରିଖର ମହିଳା ମଞ୍ଜୁଳା ପ୍ରଧାନ ଙ୍କୁ ତାଙ୍କ ସ୍ୱାମୀ ବିଜୟ ପ୍ରଧାନ ନୃଶଂସ ଭାବେ ହାଣି ହତ୍ୟା ମାମଲାରେ ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଏହି ମାମଲା ର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ହତ୍ୟାକାରୀ ସ୍ୱାମୀ ବିଜୟ ପ୍ରଧାନ କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ଏଥିସହ ପାଞ୍ଚ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ରେ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ର ଆଦେଶ ମଧ୍ୟ ସେ ଦେଇଛନ୍ତି। । ପାରିବାରିକ ଅସନ୍ତୋଷ କୁ ନେଇ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ବରାବର କଳହ ଓ ଅସନ୍ତୋଷ ଲାଗି ରହିଥିଲା। ଘଟଣା ଦିନ ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ମାଡ଼ ଗୋଳ ଚରମସୀମା ରେ ପହଞ୍ଚିଥିଲା। ଉତ୍ – କ୍ଷ୍ ପ୍ତ ସ୍ବାମୀ ଘରେ ଥିବା ଏକ କାତି ରେ ନିଜ ସ୍ତ୍ରୀ କୁ ଗୋଡ଼ାଇ ଗୋଡ଼ାଇ ହାଣି ଅତି ନିର୍ମମ ଭାବେ ହତ୍ୟା କରି ଥିଲା।ଏ ସମ୍ପର୍କରେ
ଆସିକା ଥାନା ରେ ମଞ୍ଜୁଳା ଙ୍କ ଭାଇ ସନ୍ତୋଷ ଅଭିଯୋଗ କରିଥିଲେ। ଥାନା କେସ ନଂ ୬୧୩/୨୦୨୨ ରେ ପୋଲିସ ମାମଲା ରୁଜୁ କରି ତତ୍କାଳୀନ ଥାନା ର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱ ରେ ଘଟଣାର ତଦନ୍ତ କରି ଥିଲା। ଥାନା ଅଧିକାରୀ ଶ୍ରୀ ସାହୁ ଅଭିଯୁକ୍ତ ବିଜୟ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସ୍ଥାନୀୟ ଅତିରିକ୍ତ ଜିଲ୍ଳା ଜଜ କୋର୍ଟ ରେ ଏହି ମାମଲା ର ବିଚାରଣା ଚାଲିଥିବା ବେଳେ ଅତିରିକ୍ତ ଜିଲ୍ଳା ଜଜ ଶ୍ରୀ ଚୌଧୁରୀ ୧୬ ସାକ୍ଷୀ ଙ୍କ ବୟାନ କୁ ଭିତ୍ତି କରି ଏହି ଦଣ୍ଡା ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲା ଏ ପି ପି – ଜି. ସୂର୍ଯ୍ୟ ପ୍ରକାଶ ରାଓ ପରିଚାଳନା କରିଥିଲେ।